ଜାତୀୟ ଉପଲବ୍ଧି ସର୍ବେକ୍ଷଣର ପ୍ରଶ୍ନ ପତ୍ର ପ୍ରସ୍ତୁତି ଓ ସମୀକ୍ଷା କର୍ମଶାଳା ଆୟୋଜିତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି ଠାରେ ଏନ୍ଏସି ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ କ୍ଲଷ୍ଟର ସ୍ତରୀୟ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନ ପତ୍ର ସମୀକ୍ଷା ଏବଂ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଉପସ୍ଥିତ ରହି କର୍ମଶାଳାକୁ ଶୁଭାରମ୍ଭ କରିଥିଲେ। ପ୍ରଶିକ୍ଷକ ରବିନ୍ଦ୍ର କୁମାର ପାଣିଗ୍ରାହୀ, ଦୀପ୍ତିମୟୀ ରଥ ଏବଂ ଅମୂଲ୍ୟ କୁମାର ନାୟକ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ନମୂନା ପ୍ରଶ୍ନ ପତ୍ର କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ପାରାଲାଲ ପ୍ରଶ୍ନ ପତ୍ର କିପରି ପ୍ରସ୍ତୁତ କରାଯିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଶିକ୍ଷାର୍ଥୀ ମାନଙ୍କୁ ନମୂନା ପ୍ରଶ୍ନ ପତ୍ର ଅଭ୍ୟାସ କରି ଆଗାମୀ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷାରେ କିପରି କୃତକାର୍ଯ୍ୟ ହେବେ ସେ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଝାଇ ଥିଲେ। ତତ୍ ସହିତ ଏଫଏଲଏନ, ଏଲଇପି ଏବଂ ଏଲଓ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମୂଲ୍ୟ କୁମାର ନାୟକ ପରିଚାଳନା କରିଥିଲେ। ସମସ୍ତଙ୍କ ସହଯୋଗ ପାଇଁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *