ଗୋଡ଼ିପୋଖରୀ ଜଳାଶୟ ତଦନ୍ତ ରେ ବିଳମ୍ବ ହେତୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଜଗନ୍ନାଥ ରୋଡ , ମୀନା ବଜାର , ଢେଙ୍କାନାଳ ର ମହାବୀର ୟୁଥ ଏବଂ ସାଧାରଣ ଲୋକ ମାନେ ଗୋଡ଼ିପୋଖରୀ ଜଳାଶୟ ବିକ୍ରୟ ରେ ଦୁର୍ନୀତି ଏବଂ ଚଞ୍ଚକତା ସମ୍ବନ୍ଧରେ ଗତ ୧୪ ତାରିଖରେ ଜିଲ୍ଲାପାଳ ଙ୍କ ନିକଟରେ ସମସ୍ତ ତଥ୍ୟ ଦେଇ ଅଭିଯୋଗ କରିଥିଲେ ମଧ୍ୟ ଏ ମଧ୍ୟରେ ଦୀର୍ଘ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ତଦନ୍ତ ରେ କୌଣସି ଅଗ୍ରଗତି ହେଉ ନଥିବା କାରଣରୁ ବଢ଼ିବାରେ ଲାଗିଛି ଅସନ୍ତୋଷ . ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଞ୍ଚଳବାସୀ ଏହି ନିଷ୍ପତି ଗ୍ରହଣ କଲେ ଯେ ଆଗାମୀ ୧୪ ଦିନ ଭିତରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରୋକ କରିବେ । ଏଣୁ ଜିଲ୍ଲାପାଳ ମହୋଦୟ ଯଥା ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଜଳାଶୟର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କଲେ ସମସ୍ତ ଗୋଡ଼ିପୋଖରୀ ସାହି ବାସିନ୍ଦା ଏବଂ ପୋଖରୀ ଉପରେ ନିର୍ଭର କରୁଥିବା ଜୀବ ଜନ୍ତୁ ବର୍ଷସାରା ଜଳ କଷ୍ଟ ରୁ ଉଦ୍ଧାର ପାଇବେ ।

Leave a Reply

Your email address will not be published. Required fields are marked *