ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତ ବନ୍ଦ । ସିଆଇଟିୟୁ ଏବଂ କିଷାନ ମୋର୍ଚ୍ଚାର ଦଶ ଘଣ୍ଟିଆ ଭାରତ ବନ୍ଦ ଡାକରା କୁ ସମର୍ଥନ ଦେଇ ନୟାଗଡ଼ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ଡାକରା କୁ ସଫଳ କରିବା ପାଇଁ ସିଆଇଟିୟୁ ନେତା ବିଶ୍ଵନାଥ ମହାପାତ୍ର ନେତୃତ୍ୱ ନେଇଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଗତବର୍ଷ ସେପ୍ଟେମ୍ବର ୨୭ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନ କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଗତ ଦଶ ମାସ ହେବ କୃଷି ଆଇନ କୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଏହି ଘଟଣା ର ଏକ ବର୍ଷ ପୂର୍ତ୍ତି ଅବସରରେ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାକୁ ସମର୍ଥନ ଜଣାଇ ସିଆଇଟିୟୁ ଏବଂ କଂଗ୍ରେସ ର ବହୁ ସମର୍ଥକ ଧାରଣାରେ ବସିବା ସହ ପିକେଟି୍ଂ କରାଯାଇ ଦୋକାନ ବଜାର ବନ୍ଦ କରିଥିଲେ । କଂଗ୍ରେସ ଜିଲ୍ଲା ଯୁବ ସଭାପତି ପ୍ରତୀକ ମହାପାତ୍ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି କାର୍ଯ୍ୟାଳୟ କୁ ବନ୍ଦ କରିଥିଲେ । ବନ୍ଦ ପାଳନ ପାଇଁ ସମସ୍ତ ଯାନବାହାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।
ଗରୀବଙ୍କ ପେଟରେ ନାତ ମାରୁଛନ୍ତି ସରକାର !!!!

