ବଜ୍ରପାତ କ୍ଷୟକ୍ଷତି – ଛ ଜଣ ଆହତ : ଜଣେ ମୃତ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଭାଲୁକିପାତଳା ଗ୍ରାମ ରେ ବଜ୍ରପାତ ଜନିତ କ୍ଷୟକ୍ଷତି . କାଙ୍କଡ଼ପାଳ ପଞ୍ଚାୟତର ନୂଆ ପୁରୁଣାପାଣି ଗ୍ରାମର କିଛି ଶ୍ରମିକ ବିଲରେ କାମ କରୁଥିବା ସମୟରେ ହଠାତ ଘଡଘଡି ମାରିବାରୁ ପୁରୁଣାପାଣି ଗ୍ରାମର ସନାତନ ହେମ୍ବ୍ରମ, ଗୁରୁଚରଣ ମୁଣ୍ଡା, ସୁନୀଲ ହେମ୍ବ୍ରମ, ରମେଶ ହନାଗା , ରାଉତ ମୁଣ୍ଡା, ଡେବେରା ହେମ୍ବ୍ରମ ଗୁରୁତର ଆହତ ହୋଇଥିଲେ . ଆହତ ମାନଙ୍କୁ ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି . ସେହିପରି କାଙ୍କଡ଼ପାଳ ପଞ୍ଚାୟତର ପୁରୁଣାପାଣି ଗ୍ରାମର ସୁରୁ ଗାଗରାଇ ବଜ୍ରପାତରେ ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରୁ ଗାଗରାଇଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *