ସତ୍ୟ ହୋଇଥିଲେ ସାଙ୍ଘାତିକ : ଖାକି ଖୋଳରେ ଧଳାଜହର କାରବାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ପୁଲିସ ସାମନାରେ ବଡ ଚ୍ୟାଲେଞ୍ଜ . କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଲାଗିଲା ଖାକିରେ କଳଙ୍କ l ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଅଞ୍ଚଳରୁ l ନୟାଗଡ଼ରେ ସିଦ୍ଧାର୍ଥ କଟାରିଆ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ନିଶା ମାଫିଆ ହୋଇଥିଲେ ସାବାଡ଼ l ନିଶା ଓ ନିଶାଡୀ ମାନଙ୍କୁ ସାବାଡ଼ କରିବା ପାଇଁ ଗଠନ କରାଯାଇଛି ସ୍ପେସିଆଲ ସ୍ୱାର୍ଡ l ଗୋଟିଏ କ୍ୟାଲେଣ୍ଡର ବର୍ଷରେ 500 ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିବା ଶହ 30 ରୁ ଉର୍ଦ୍ଧ ଅଭିଯୁକ୍ତ ଗିରଫ କରି ସାରିଲେଣି l ତେବେ ନୟାଗଡ଼ ରିଜର୍ଭ ରେ କାମ କରୁଥିବା ହାବିଲଦାର ରଞ୍ଜିତ ରଥ ଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ l ଖାକି ବର୍ଦ୍ଧିର ଆଢୁଆଳରେ ସେ ବ୍ରାଉନ ସୁଗାର କାରବାର ଚଲାଇ ଥିବାର ଅଭିଯୋଗ ଆସିଛି l ଏପରିକି ନିଜେ ବର୍ଦ୍ଧିରେ ଥାଇ ଦଶପଲ୍ଲା ଅଞ୍ଚଳର କିଛି ବେପାରୀ ଙ୍କୁ ଧଳା ଜହର ଦେଇ କାରବାର କରନ୍ତି l ଯଦି ଏହାର କିଏ ପ୍ରତିବାଦ କରେ ସେ ପୋଲିସ ରେ ଅଛନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ ଧମକ ଦିଅନ୍ତି l ଏ ସମ୍ପର୍କ ରେ ନୟାଗଡ଼ ଏସପି କହିଛନ୍ତି ଅଭିଯୋଗ ଆସିଲେ ତଦନ୍ତ ହେବ l ଯଦି ଘଟଣା ର ସତ୍ୟତା ଥିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ l

Leave a Reply

Your email address will not be published. Required fields are marked *