ବିଦ୍ୟୁତ ସେବା ନାମରେ କାଠ ଚୋରି : ବନ କର୍ମଚାରିଙ୍କ ଦ୍ଵାରା ଶାଗୁଆନ କାଠ ସହ ଗାଡ଼ି ଜବତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚୋରା ଶାଗୁଆନ କାଠ ବୋଝେଇ ଟାଟା ଏସି ଜବତ . ଦାମିଆ ବରବରା ଜଙ୍ଗଲରୁ କଥା କାଟି ଚୋରା ଚାଲାଣ କରୁଥିବା ସମୟରେ ଗାଡିକୁ ଜବତ କରିଛି ବନ ବିଭାଗ . ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ ଦାମିଆ ବରାବରା ଜଙ୍ଗଲ । ଏହି ଶାଗୁଆନ କାଠକୁ ବେଆଇନ ଭାବରେ କାଠ ମାଫିଆ ଚୋରା ଚାଲାଣ କରୁଥିବା ବେଳେ କର୍ମଚାରି ମାନଙ୍କ ଦ୍ଵାରା ଶାଗୁଆନ କାଠ ସହ ଗାଡ଼ି ଜବତ କରାଯାଇଛି .

ସୂଚନା ଯୋଗ୍ୟ ଚେକପୋଷ୍ଟର ରେ ବିଦ୍ୟୁତ ବିଭାଗର କର୍ମଚାରି କହି ମଧ୍ୟ ରାତ୍ରୀରେ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ ଏହି ଅଭିଯୁକ୍ତ ମାନେ , ସନ୍ଦେହ ହେବାରୁ ରାତ୍ରି କାଳୀନ ଜଗୁଆଳ ଗେଟ୍ ନିକଟରେ ଏହି ଚୋରା କାଠ ବୋଝେଇ ଟାଟା ଏସି ଭ୍ୟାନ OD 02 V 0718 ଗାଡ଼ିକୁ ସାନସିରେଇପୁର ଗେଟ୍ ନିକଟରେ ରାତି ପ୍ରାୟ ୪ଟାରେ ଗାଡ଼ିଟିକୁ ବନବିଭାଗ କର୍ମଚାରି ମାନେ ଅଟକାଇ ଥିଲେ . କର୍ମଚାରି ମାନଙ୍କୁ ଦେଖି ଭ୍ୟାନ କୁ ଛାଡି ଫେରାର ହେଇଯାଇଥିଲେ ସମସ୍ତ ଅଭିଯୁକ୍ତ . ପିକ୍ଅପ୍ ଭ୍ୟାନରୁ ୪ ଖଣ୍ଡ ଶାଗୁଆନ ଲଗ୍ ଜବତ କରାଯାଇଥିବାର ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *