ଗାନ୍ଧୀ ଜୟନ୍ତୀରେ ମନ୍ଦିର ସଫେଇ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଯୁବ ସମାଜସେବୀ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ କବୀ ମୋନାଲିଶା ପ୍ରିୟଦର୍ଶନୀ , ସାମ୍ବାଦିକ ଗୌତମ ମିଶ୍ର, ରଜ ମହୋତ୍ସବ କମିଟି ସଂପାଦକ ଅଶୋକ ଗିରି, ସାହିତ୍ୟିକ ଲଲାତେନ୍ଦୁ ପଣ୍ତା, ସମାଜସେବୀ ପ୍ରକାଶ ପ୍ରଧାନ , ଶିକ୍ଷାବିତ ମନୋଜ ରାଉତ , ଓଡିଶା ଜୀବିକା ମିଶନ ସଂଯୋଜକ ଅକ୍ଷୟ ଭଟ୍ଟ ଅତିଥି ଭାବେ ଯୋଗଦେଇ ଯୁବ ସମାଜସେବୀ ମାନଙ୍କୁ ଗାନ୍ଧୀଜୀ ଙ୍କ ଅଂହିସା ଗୁଣ ପଥରେ ଚାଲିବା ସହିତ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଚକାପଦା ସ୍ଥିତ ଭୁତନାଥ ମନ୍ଦିର ଚତୁଃପାର୍ଶ୍ୱରେ ବୃକ୍ଷରୋପଣ ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ଯୋଗ ଶିକ୍ଷକ ଜ୍ୟୋତିରଞ୍ଜନ ପାଢୀଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର , ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଗକୁ ଥିବା ସାମାଜିକ କାର୍ଯ୍ୟକ୍ରମ ମାନଙ୍କୁ କିପରି ସଫଳତାର ସହ କରାଯାଇ ପାରିବ ,ସେ ଦିଗରେ ଦୃଷ୍ଟି ଦେବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ଅନୁରୋଧ କରିଥିଲେ .

Leave a Reply

Your email address will not be published. Required fields are marked *