ବାଲୁଗାଁ ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ରକ୍ତଦାନ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଆ ତିଥି ରେ ଆଜିର ଦିନରେ କରୋନାରେ ଦେହତ୍ୟାଗ କରିଥିଲେ ବାଲୁଗାଁ ଏନ୍ଏସି ର ପୂର୍ବତନ ନଗରପାଳ ସତ୍ୟ ନାରାୟଣ ସେନାପତି । ସେ ତାଙ୍କର ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନିତୀ ଏବଂ ବିଭିନ୍ନ ସଂଗଠନ ସଭାପତି ରୁପେ କାର୍ଯ୍ୟ ତୁଲାଇଥିଲେ । ସେ ଏକାଧାରରେ ମେଳାପି , ମିଷ୍ଟଭାସୀ ଏବଂ ଗରିବର ସାହାରା ଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ୨୦୦୯ରେ ପୂର୍ବତନ ବିଧାୟକ ରଘୁ ସାହୁ ଙ୍କ ସହ କାନ୍ଧ ରେ କାନ୍ଧ ମିଶେଇ କାମ କରୁଥିଲ ଏବଂ ପରେ ପରେ ରଘୁ ସାହୁ ଙ୍କ ସଙ୍ଗ ଛାଡି ୨୦୧୪ରେ ପୂର୍ବତନ ବିଧାୟକ ଡଃ ହରିଚନ୍ଦନ ପାଇଁ କାମ କଲେ ଏବଂ ବ‍ାଜିମାତ୍ କରିଥିଲା ଚିଲିକାରେ ବିଜେପି । ୨୦୧୯ ପରେ ପରେ ଭାରତୀୟ ଜନତା ପାର୍ଟି ତରଫରୁ ବାଲୁଗାଁ ନଗର ମଣ୍ଡଳ ସଭାପତି ପଦ ପାଇଥିଲେ ସତ୍ୟ । କିନ୍ତୁ ୧୫ ସେପ୍ଟେମ୍ବର ୨୦୨୦ ରେ କରୋନା ର କରାଳ ରୁପରେ ହଜିଯାଇଥିଲେ ସତ୍ୟ । ଏହି ପରିପ୍ରେକ୍ଷୀ ରେ ଆଜି ସତ୍ୟଙ୍କ ପରିବାର ବର୍ଗ ଏବଂ ତାଙ୍କ ସହପାଠୀଙ୍କ ଉପସ୍ଥିତିରେ ନିଜ ବାସଭବନରେ ୭ଫୁଟ୍ ଉଚ୍ଚ ର ଏକ ପ୍ରତିମୂର୍ତ୍ତି ସ୍ଥାପନା କରିବା ସହ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସବୁ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ସତ୍ୟ ଙ୍କ ଆଠବର୍ଷ ର ବଡଝିଅ ସୁଶ୍ରୀ ତନିସ୍କା ସେନାପତି । ରକ୍ତଦାନ ଶିବିରରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

Leave a Reply

Your email address will not be published. Required fields are marked *