ରେଡକ୍ରସ କ୍ଲଷ୍ଟର କ୍ୟାମ୍ପ ଉଦଘାଟିତ !!!

0
220
Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳ ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସର କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ୟୁଥ୍ ରେଡ଼କ୍ରସ ରାଜ୍ୟ ଶାଖା ପ୍ରୟୋଜିତ ଏହି ୩ ଦିନିଆ ତାଲିମ ଶିବିରକୁ ମହିଳା କନିଷ୍ଠ +୨ ମହାବିଦ୍ୟାଳୟ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମହିଳା କନିଷ୍ଠ ମହାବିଦ୍ୟାଳୟ ଖଣ୍ଡପଡ଼ା, ଡିଗ୍ରୀ ମହାବିଦ୍ୟାଳୟ ଖଣ୍ଡପଡ଼ା, ପଠାଣି ସାମନ୍ତ ମହାବିଦ୍ୟାଳୟ ଖଣ୍ଡପଡ଼ା, ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ, ବିଡିଏ ଡିଗ୍ରୀ କଲେଜ ଟିକିରିପଡା, ପ୍ରହଲ୍ଲାଦ ମହାବିଦ୍ୟାଳୟ ପଦ୍ମାବତୀ ପ୍ରଭୁତି ୬ ଗୋଟି ମହାବିଦ୍ୟାଳୟ ରୁ ୨୫ଜଣ ପ୍ରଶିକ୍ଷାର୍ଥୀ ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ କୋଭିଡ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡଃ.ପ୍ରଦୀପ ପାଇକରାୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତକା ଉତ୍ତୋଳନ କରିବା ସହିତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ସଂଯୋଜକ ଡଃ.ଆଦିତ୍ୟ କୁମାର ମିଶ୍ର ମହିଳା ମହାବିଦ୍ୟାଳୟ +୨ ଅଧ୍ୟକ୍ଷା ସ୍ମିତା ଶେଫାଳୀ ମହାପାତ୍ର, +୩ ଅଧ୍ୟକ୍ଷା ଲିପିକା ମହାନ୍ତି, ରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ଜାହ୍ନବୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ତିନୋଟି ଅଧିବେଶନରେ ଡ଼ଃ ମିଶ୍ର, ଶ୍ରୀଧର ପଣ୍ଡା ପ୍ରମୁଖ ଶିବିରାର୍ଥୀ ମାନଙ୍କୁ ରେଡକ୍ରସ ଇତିହାସ ଓ ବିକାଶ, ରକ୍ତଦାନର ମହତ୍ତ୍ଵ ତଥା ପରିବେଶ ସଚେତନତା ସଂପର୍କରେ ସୂଚନା ଦେଇଥିଲେ । ଆୟୋଜିତ ରେଡକ୍ରସ ଶାଖା ପକ୍ଷରୁ ଛାତ୍ରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରାଜ୍ୟର ଏହି ଏକମାତ୍ର ମହିଳା ରେଡକ୍ରସ କ୍ଲଷ୍ଟର ଶିବିର ଶନିବାର ଉଦଯାପିତ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here