ଜନ୍ମଦିନରେ ଅପରାଜିତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ !!!

Spread the love

କ୍ୟାପିଟାଲ ହସ୍ପିଟାଲ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ ଜନ୍ମଦିନ ଅବସରରରେ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ସମର୍ଥକ . ରାଜନୀତିରେ ପାଦ ଦେବା ପରେ ବିଜେପି ଟିକେଟ ରେ ଭୁବନେଶ୍ୱର ପରି ସମ୍ମାନଜନକ ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ . ଭୁବନେଶ୍ୱର ର ସାଂସଦ ହୋଇଥିଲେ ବି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧା ଶୁଣୁଛନ୍ତି ଅପରାଜିତା . ଜନ୍ମଦିନ ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମର୍ଥକ ଏବଂ ଶୁଭେଛୁ . ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ୟୁଥ ଫର ଆକସନ ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି . ରାଜନୈତିକ ମତଭେଦ , ଦଳୀୟ ପଦ ପଦବୀ ଯାହା ବୟାନ କରୁ ପଛେ – କିନ୍ତୁ ଏକଥା ସତ ଯେ , ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ମାନୀୟ ନବୀନ ପଟ୍ଟନାୟକଙ୍କ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ହିଁ ରାଜ୍ୟରେ ସର୍ବାଧିକ ଲୋକପ୍ରିୟ ରାଜନୈତିକ ଚେହେରା .

Leave a Reply

Your email address will not be published. Required fields are marked *