ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗା ପଞ୍ଚାୟତ ବେତରଜଙ୍ଗ ଗ୍ରାମର ସରକାରୀ ବାଲୁଙ୍କେଶ୍ୱର ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଜୀବନ ବିନ୍ଦୁ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ସ୍କୁଲ ପରିସର ସଫେଇ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ମୋଟ ୧୧୦ ୟୁନିଟ ରକ୍ତ କଟକ ସେଣ୍ଟ୍ରାଲ ବ୍ଲକ ବ୍ୟାଙ୍କ କର୍ମଚାରୀ ମାନେ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା , ବ୍ଲକ ଉପାଧ୍ୟକ୍ଷା ତନୁଜା ପାଟଶାଣୀ, ସ୍ଥାନୀୟ ସରପଞ୍ଚ ବିଣାପାଣୀ ସାମନ୍ତରାୟ, ପୂର୍ବତନ ସରପଞ୍ଚ ପ୍ରଫୁଲ ମଙ୍ଗରାଜ, ସମାଜସେବୀ ଅଶୋକ କୁମାର ସେନାପତି, ଭାସ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟମନ୍ତ୍ରୀ ଜନ୍ମ ଦିନରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ , ସଫେଇ ଏବଂ ମାସ୍କ ଵଣ୍ଟନ କାର୍ଯ୍ୟକ୍ରମ !!!

