ଟାଙ୍ଗୀ ପୋଲିସର ସଫଳତା : ଧରାପଡିଲା ଜୁଆ ଆଡ୍ଡାର ଗ୍ୟାଙ୍ଗ ଲିଡର ଅରୁ ।।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଖେଳ ଉପରେ ପୁଲିସ ପ୍ରଶାସନର ଅଙ୍କୁଶ । ଟାଙ୍ଗୀ ଥାନା ଅଧିକାରୀ ବିଜୟ ମଲ୍ଲିକ ଏବଂ ବାଲୁଗାଁ ଏସ୍ପିପିଓ ମାନସ ରଞ୍ଜନ ବାରିକ ଙ୍କ ଲଗାତାର ରେଡ ପରେ ଜୁଆ ଖେଳ ଉପରେ ଅନେକାଂଶରେ ରୋକ ଲାଗିଛି . ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କା ଜବତ ହେବା ସହିତ ଅନେକ ଗିରଫ ହୋଇଛନ୍ତି . ତେବେ ଜାମିନ୍ ରେ ଆସି ପୁଣି ଜୁଆ ଖେଳ ଚାଲୁ ରଖିଛନ୍ତି କିଛି ଜୁଆଡି . କିନ୍ତୁ ଏହି ଜୁଆ ଆଡ୍ଡା ଚଳାଉଥିବା ଟାଙ୍ଗୀ ଥାନା ଅର୍ନ୍ତଗତ ଚଣ୍ଡେଶ୍ଵର ପାରିଓରୋଡୋ ଗ୍ରାମର ଅର୍ଜୁନ ସେଠ (ଅରୁ) ଗିରଫ ହେବା ପରେ ଜୁଆ ଖେଳ ଉପରେ ସଂପୂର୍ଣ୍ଣ ରୋକ ଲାଗି ପାରିବ ବୋଲି ଆଲୋଚନା ହେଉଛି . ଯୁବକ ମାନଙ୍କୁ ଜୁଆ ଖେଳ ପ୍ରତି ଆକ୍ରୁଷ୍ଟ କରି ବହୁ ପରିବାର ଏବଂ ଧନ ଜୀବନ କ୍ଷତି କରିଛି ଅରୁ । ଦୀର୍ଘ ଦିନରୁ ଟାଙ୍ଗୀ ପୋଲିସ୍ ଆଖିରେ ଧୂଳି ଦେଇ ସଦାବେଳେ ଚମ୍ପଟ୍ ମାରୁଥିଲା । ଆଜି ସନ୍ଧ୍ୟା ସମୟରେ ଭୁଷଣ୍ଡପୁର ଅଞ୍ଚଳରୁ ଅରୁ କୁ ଗିରଫ କରିଛି ପୁଲିସ . ଚଣ୍ଡେଶ୍ଵର ଜୁଆ ଆଡ୍ଡା ବେଶୀ ପଥର, ମଙ୍ଗଳାଯୋଡ଼ି, କମାଗୁରୁ, ଭୁଷଣ୍ଡପୁର ଆଦି ଅଞ୍ଚଳରେ ଜୁଆ ଖେଳ ବିସ୍ତାର କରି ଚାଲିଥିବା ବେଳେ ଦୀର୍ଘ ଦିନ ଧରି ପୋଲିସ୍ ଆଖିରେ ଧୂଳି ଦେଇ ଫେରାର ଥିବା ଅରୁକୁ ଗିରଫ କରି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଟାଙ୍ଗୀ ପୋଲିସ୍ ଅଧିକାରୀ ।।

Leave a Reply

Your email address will not be published. Required fields are marked *