ମାଳିସାହି ସରପଞ୍ଚ ପର୍ଶୁରାମ ସ୍ୱାଇଁ ଙ୍କ କୁଶ ପୁତ୍ତଳିକା ଦାହ କଲେ ଦେଉଳି ଗ୍ରାମବାସୀ ।

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗଣତାନ୍ତ୍ରିକ ଦେଶରେ ବିକ୍ଷୋଭ ବିରୋଧ ନୂଆ କଥା ନୁହେଁ . ଅନେକ ସମୟରେ ପ୍ରତିବାଦ କାର୍ଯ୍ୟକ୍ରମରେ ନେତା ମନ୍ତ୍ରୀଙ୍କର ନୈତିକ କାର୍ଯ୍ୟକଳାପକୁ ବିରୋଧ ସ୍ୱରୂପ କୁଶ ପୁତ୍ତଳିକା ଦାହ କରାଯାଏ . ତେବେ ନୟାଗଡ ଜିଲ୍ଲାରୁ ସାମନାକୁ ଆସିଛି ଏକ ଭିନ୍ନ ରାଜନୈତିକ ଦୃଶ୍ୟ . ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନୀ ମଣ୍ଡଳୀ ନୂଆଗାଁ ବ୍ଲକ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ୱାଇଁ ଙ୍କ କୁଶ ପୁତ୍ତଳିକା ଦାହ କଲେ ଦେଉଳି ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସରପଞ୍ଚ ଗ୍ରାମରେ ରାଜନୀତି ପୁରାଇ ଗ୍ରାମକୁ ଭାଗଭାଗ କରିବାକୁ ଚେଷ୍ଟା କରିଥିଲେ । ଗ୍ରାମବାସୀ ଙ୍କୁ ନ ଜଣାଇ କିଛି ଲୋକଙ୍କୁ ଧରି ଏକ ମଣ୍ଡପ ନିର୍ମାଣ କରି ସେଥିରେ ନିଜ ନାମ ଫଳକ ମାରି ନିଜର ଦବ ଦବା ଜାହିର କରି ଗ୍ରାମରେ ଅଶାନ୍ତି କର ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଗ୍ରାମବାସୀ ଏହା ଜାଣିପାରି ମଣ୍ଡପରୁ ସରପଞ୍ଚ ଙ୍କ ନାମ ଫଳକ ଭାଙ୍ଗିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ସରପଞ୍ଚ ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ କଥା ଦେଇ ଠିକ୍ ସମୟରେ ନଆସିବା, ପଞ୍ଚାୟତ ରେ ସତର ଖଣ୍ଡ ଗ୍ରାମ ଏକ ରାସ୍ତା ନିର୍ମାଣ ଦାବି କରି ଆସୁଥିଲେ ମଧ୍ୟ ଅନ୍ଧ ଭାବରେ ଗୋଟିଏ ଗ୍ରାମକୁ ସହଯୋଗ କରିବା ଇତ୍ୟାଦି ପ୍ରତିବାଦରେ ଗ୍ରାମବାସୀ ଏହିପରି କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *