ସଚେତନତା କାର୍ଯ୍ୟକ୍ରମ ଏବଂ ସମୂହ ସାଦଖିଆ ଉତ୍ସଵ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବ୍ଳକ ମୁଥାଗାଡ଼ିଆ ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ମୁକ୍ତାପୁର ନିକଟରେ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ଏକ ସାଦଖିଆ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସିଡିପିଓ ଲଷ୍ମୀ ଦାସ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସରପଞ୍ଚ ମଞ୍ଜୁଲତା ବେହେରା, ସୁପରଭାଇଜର ଆଞ୍ଚଳ ପାତ୍ର, ଅଙ୍ଗନବାଡ଼ି ଦିଦି ଓ ଆଶା କର୍ମୀଙ୍କ ସହ ସ୍ଥାନୀୟ ଅଞ୍ଚଳର ଶହେରୁ ଉର୍ଦ୍ଦ୍ୱ ଗର୍ଭବତୀ ମହିଳା ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ ଏହି ସମୂହ ସାଦଖିଆ ଉତ୍ସଵ ପ୍ରଥମ ଥର ପାଳିତ ହୋଇଥିବା ସିଡିପିଓ ଲଷ୍ମୀ ଦାଶ କହିଥିବା ବେଳେ ଗର୍ଭବତୀ ମହିଳାଙ୍କୁ ସୁଷମ ଓ ପୃଷ୍ଟିକର ଖାଦ୍ୟ ଦେବା ସହ ଗର୍ଭସ୍ଥ ଶିଶୁକୁ କିପରି ସୁରକ୍ଷା ଦିଆ ଯାଇପାରିବ ସେ ବିଷୟରେ ମଧ୍ୟ ମହିଳାମାନଙ୍କୁ ସଚେତନ କରିଛନ୍ତି ।

Leave a Reply

Your email address will not be published. Required fields are marked *