ବାଲୁଗାଁ ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା : ପ୍ରାଣ ହରାଇଲେ ବାଇକ୍ ଆରୋହୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ବାଲୁଗାଁ ନିକଟସ୍ଥ ଗୋପୀନାଥପୁର ଗ୍ରାମର ସୁଶିଲ କୁମାର ପାଢୀଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୁଶିଲ କୁମାର ପାଢୀ (୩୪) ଗତ କାଲି ରାତିରେ ନିଜ ବାଇକ୍ ଯୋଗେ ଟାଙ୍ଗୀରୁ ବାଲୁଗାଁ ଫେରୁଥିଲେ । ତେବେ ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ସେ ଧକ୍କା ଦେଇଥିଲେ । ଫଳରେ ସୁଶିଲ ଗୁରୁତର ଆହତ ହୋଇ ପଡିଥିଲେ । କୁହୁଡି ଫାଣ୍ଡି ପୋଲିସ୍ ଖବର ପାଇ ଗୁରୁତର ଅଵସ୍ଥାରେ ସୁଶୀଲଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୁଶୀଲଙ୍କ ମୃତ ଦେହ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି । ସୁଶୀଲଙ୍କ ପକେଟ୍ ରୁ ପୋଲିସ୍ ୨୬ ହଜାର ଟଙ୍କା ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଉଲ୍ଲେଖ ଯୋଗ୍ୟ ଯେ, ସୁଶୀଲ ଜଣେ ଯୁବ ସମାଜସେବୀ ଥିଲେ । ସେ ଉକ୍ତ ଅଞ୍ଚଳରେ ଅନେକ ସମାଜସେବା କାର୍ଯ୍ୟରେ ଅଂଶଗ୍ରହଣ କରି ଲୋକଙ୍କୁ ସେବା ଯୋଗାଉଥିଲେ । ଗତ କିଛି ଦିନ ତଳେ ବାଲୁଗାଁ ହସ୍ପିଟାଲର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଚର୍ଚ୍ଚାକୁ ଆସିଥିଲେ । କମ ବୟସରୁ ସେ ଜନପ୍ରିୟତା ଲାଭ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *