କଲରା ପତ୍ରିଆ ବାଘର ମୃତଦେହ ଠାବ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାଟୋପା ବନାଞ୍ଚଳ ବାତ୍ରାଖୋଲ ଜଙ୍ଗଲରୁ ଶନିବାର ସକାଳେ ଏକ କଲରା ପତ୍ରିଆ ବାଘର ମୃତଦେହ ଠାବ କର।ଯାଇଛି । ଗାଁ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ଲାଗି ବାଘର ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ବାଘକୁ ସ୍ଥାନୀୟ ଅଞ୍ଚଳରେ ପେଣ୍ଡରା ବୋଲି ମଧ୍ୟ କହିଥାନ୍ତି । ଶିମିଳିପାଳ ବ୍ୟତୀତ କନ୍ଧମାଳ, ରାୟଗଡା , ସୁନ୍ଦରଗଡ଼,ସାତ କୋଶିଆ ଅଭୟାରଣ୍ୟରେ ଏହି କଲରାପତ୍ରିଆ ବାଘ ଦେଖିବାକୁ ମିଳନ୍ତି ।

Leave a Reply

Your email address will not be published. Required fields are marked *