ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଆର୍ଯ୍ୟ । ଆମେ ବେଦଜ୍ଞ ବିଦ୍ୱାନ । ଓଁକାର ଆମର ଧ୍ୱନୀ । ଗାୟତ୍ରୀ ଆମର ମନ୍ତ୍ର । ବେଦର ପ୍ରଚାର ଓ ପ୍ରସାର ତଥା ଆର୍ଯ୍ୟାବର୍ତ୍ତନ ରାଷ୍ଟ୍ରର ସୁରକ୍ଷା ଆମର ପରମ ଓ ପବିତ୍ର କର୍ତ୍ତବ୍ୟ ।ଏହି ନ୍ୟାୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଆର୍ଯ୍ୟ ସମାଜର ସାମୁହିକ ଉପନୟନରେ ଉପବୀତ, ମେଖଳା ଓ ଦଣ୍ଡ ଧାରଣ କର୍ମରେ ଯୋଗ ଦେଲେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରସ୍ଥ ନାମ ମନ୍ଦିର ପରିବାରର ସଦସ୍ୟ ବୃନ୍ଦ । ନାମ ମନ୍ଦିରର ପ୍ରତିଷ୍ଠାତା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ଆଚାର୍ଯ୍ୟ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ନାମ ମନ୍ଦିର ପରିବାର ପକ୍ଷରୁ ସର୍ବଶ୍ରୀ ଜଗବନ୍ଧୁ ନାଥଶର୍ମା, ରାମ ମୋହନ ଦାସ, ରତି କାନ୍ତ ବେହେରା, ଖଗେଶ୍ୱର ନାଥଶର୍ମା ଆଦି ଉପନୟନ କର୍ମରେ ଯୋଗଦାନ ସହ ଉପବୀତ ଗ୍ରହଣ, ମେଖଳା ବନ୍ଧନ ଓ ଦଣ୍ଡ ଧାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ଯ୍ୟ ସମାଜ ପକ୍ଷରୁ ସମ୍ପାଦକ ଇଂ ପ୍ରିୟବ୍ରତ ଦାସ, ସୁବ୍ରତ ଆର୍ଯ୍ୟ, ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ଡ଼ଃ ସୁଦର୍ଶନ ଦେବାଚାର୍ଯ୍ୟ, ପ୍ରାଧ୍ୟାପକ ଡ଼ଃ ବିକାଶ ପଣ୍ଡାଙ୍କ ସମେତ ସମସ୍ତ ଆର୍ଯ୍ୟ ସଭ୍ୟ / ସଭ୍ୟା ମାନେ ପରିଚାଳନା କରିଥିଲେ ।