ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀ ବ୍ରତଧରି ଜେୟର ସ୍ୱାମୀ ତ୍ରିଦଣ୍ଡୀ ମହାରାଜ ସାଙ୍ଗଠନିକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ବର ବୁଦ୍ଧ ମନ୍ଦିରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, – ହିନ୍ଦୁ ମହାସଭା ଆଗାମୀ ପଂଚାୟତ ନିର୍ବାଚନରେ ହିନ୍ଦୁତ୍ବ କୁ ହିଁ ମୁଖ୍ୟ ପ୍ରସଙ୍ଗ କରିବ । ବିଧର୍ମୀ ଶକ୍ତି ସନାତନ ସଂସ୍କୃତିର ବିଲୋପ ସାଧନ ପାଇଁ ପ୍ରୟାସ କରୁଛନ୍ତି । ଶାସନରେ ଥିବା ଦଳମାନେ ଧର୍ମନିରପେକ୍ଷତା ନାଁ ରେ ସଂଖ୍ୟାଲଘୁ ତୁଷ୍ଟିକରଣରେ ମାତିଛନ୍ତି । ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାରଙ୍କ ଭୂମିକା ସନ୍ଦେହଜନକ ମନେହୁଏ । ଓଡ଼ିଶାରୁ ପଡ଼ୋଶୀ ରାଜ୍ୟର କଂସେଇଖାନାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗୋଚାଲାଣ ଚାଲିଛି । ହିନ୍ଦୁ ମଠ ମନ୍ଦିର ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେବାର ଆବଶ୍ୟକତା ରହିଛି । ତେଣୁ ଅଖିଳ ଭାରତ ହିନ୍ଦୁ ମହାସଭା ଏହି ସବୁ ହିନ୍ଦୁ ସୁରକ୍ଷା ପ୍ରସଙ୍ଗକୁ ନେଇ ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାର୍ଥୀ ଦେବ ବୋଲି ସ୍ବାମୀ ତ୍ରିଦଣ୍ଡୀ ମହାରାଜ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଓଡ଼ିଶା ରାଜ୍ୟ ଅଧକ୍ଷା ଗୀତା ଚୟନି ଓ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ ମାନବ ମଧ୍ୟ ଉପସ୍ଥିତ ଥିଲେ । ସଙ୍ଗଠନର ରାଜ୍ୟ ଉପାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ଉକ୍ତ ସଭାକୁ ସଞ୍ଜୋଜନା କରିଥିଲେ । ସମ୍ବର୍ଦ୍ଧନା ସମାରୋହ ରେ ପ୍ରଥମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥମାନେ ସମ୍ବର୍ଦ୍ଧିତ କରିଥିଲେ ଏବଂ ତତ୍ ପରେ ଉପସ୍ଥିତ ସାଧୁସନ୍ଥ ଏବଂ ମନ୍ଦିର ପୂଜକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟରେ କରୋନା ମହାମାରୀ ସମୟରେ ସମାଜ ମଙ୍ଗଳ କାର୍ଯ୍ୟ କରିଥିବା ରାୟଗଡ଼ା ଜିଲ୍ଲାର ସାମ୍ବାଦିକ ପ୍ରଶାନ୍ତ କର, ନୟାଗଡ଼ ଜିଲ୍ଲାର ପାଲା ଗାୟକ ପଞ୍ଚାନନ ସାହୁ, ଯାଜପୁର ଜିଲ୍ଲାର ସୋମ୍ୟରଞ୍ଜନ ଦାଶ, ଭୁବନେଶ୍ୱରର ବିରଜା ପ୍ରସାଦ ମହାପାତ୍ର, ବାଙ୍କୀ ର ନିରଞ୍ଜନ ସାହୁ ଏବଂ ଭୁବନେଶ୍ବରର ବିଶ୍ୱଜିତ ରଣାଙ୍କୁ ‘କରୋନା ଯୋଦ୍ଧା ରତ୍ନ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ସ୍ୱାମୀ ମାନସ ଚୈତନ୍ୟ, ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ପ୍ରମୁଖ ଉପସ୍ଥିତ ରହି ସଭାର ଶୋଭା ବର୍ଦ୍ଧନ କରିଥିଲେ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ହିନ୍ଦୁତ୍ୱ କୁ ମୁଖ୍ୟ ପ୍ରସଙ୍ଗ କରିବ ହିନ୍ଦୁ ମହାସଭା !!!

