ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମାନସିକ ଚାପଗସ୍ତ ହୋଇ ଆତ୍ମହତ୍ୟା କଲେ ବ୍ୟବସାୟୀ । ମୃତକ ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଅଜିତ ସାହାଣୀ ବୋଲି ଜଣାପଡ଼ିଛି । ସେ ବୟନିକା ସାମ୍ନାରେ ଦୀର୍ଘ ୨୦ ବର୍ଷ ଧରି ବେଡ଼ସିଟ ବେପାରୀ କରୁଥିଲେ । ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି । ସୂଚନା ମୁତାବକ, ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଦୀର୍ଘ ୨୦ ବର୍ଷ ହେଲା ଏକ ପ୍ରମୁଖ ଷ୍ଟୋର ସମ୍ମୁଖରେ ବେଡ଼୍‌ସିଟ୍‌ ଦୋକାନ ଦେଇଥିଲା । କିନ୍ତୁ ଏଇ କିଛି ଦିନ ତଳେ ମାର୍କେଟ ବିଲ୍ଡିଂରୁ ଦୋକାନ ଉଠା ଯିବା ପରେ ମାନସିକ ଚାପରେ ଥିଲେ ଅଜିତ ସାହାଣୀ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଅଜିତ ।

Leave a Reply

Your email address will not be published. Required fields are marked *