ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦୁର୍ଘଟଣା ପ୍ରବଣ ହୋଇପଡିଛି ୫୫ ନମ୍ବର ଜାତୀୟ ରାଜପଥ . ନିୟମିତ ବ୍ୟବଧାନରେ ଘଟୁଛି ଦୁର୍ଘଟଣା . ନଷ୍ଟ ହେଉଛି ଧନ ଜୀବନ . ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ମୂଷା ପାପୁଲି ନିକଟରେ ଗୁରୁବାର ଦିନ ପ୍ରାୟ ସାଢେ଼ ଏଗାର ଟା ବେଳେ ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଟାଟା ପାୱାର ଅଧୀନରେ କାମ କରୁଥିବା ସାମ ପାୱାରର ଦୁଇ ଯୁବ କର୍ମଚାରୀ ବାଇକ୍ ଯୋଗେ ବଡକେର। ଯାଉଥିବା ବେଳେ ମୂଷା ପାପୁଲି ନିକଟରେ ଦୃତ ଗତିରେ ଆସୁଥିବା ଟ୍ରକ୍ ( ଓଡ଼ି୧୯ କେ ୪୩୮୮) ସେମାନଙ୍କୁ ଧକ୍କା ଦେଇଥିଲା . ଜୋରଦାର ଧକ୍କା ଫଳରେ ଦୁଇ ଯୁବକ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ମୃତକ ଙ୍କ ମଧ୍ୟରୁ ଜଣେ କୁକୁଡ଼ାଙ୍ଗ ଅଞ୍ଚଳର ସନ୍ତୋଷ ସାହୁ (୩୦) ବୋଲି ଜଣା ପଡିଥିବା ସମୟରେ ଅନ୍ୟ ଜଣଙ୍କର ସଠିକ ପରିଚୟ ମିଳି ପାରିନାହିଁ । ଶବ ଦୁଇଟିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଡାକ୍ତରଖାନା ଆଣିଥିବା ବେଳେ କ୍ଷତିପୂରଣ ଦାବିରେ ସଂଘ କର୍ମଚାରୀ ମାନେ ଦାବୀ କରିଥିଲେ । ଟାଟା କିମ୍ବା ସାମ ପାୱାର ର କେହି ଅଧିକାରୀ ଘଟଣାସ୍ଥଳକୁ ନ ଆସିବା କାରଣରୁ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ବିପଦସଙ୍କୁଳ ହୋଇପଡିଛି ୫୫ ନମ୍ବର ଜାତୀୟ ରାଜପଥ !!!

