ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଜେଇ ବିରଞ୍ଚି ନାରାୟଣ ସାହୁ ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଅନୁଗୁଳ କୁମଣ୍ଡ ସ୍ଥିତ ଘର, ତାଳଚେର ଅଫିସ, ମେରାମୁଣ୍ଡଳି ଠାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଶ୍ରୀ ସାହୁ ୨୦୧୦ ରୁ ୫ ବର୍ଷ ଅସ୍ଥାୟୀ ଚାକିରୀ କରିବା ପରେ ତାଙ୍କର ଚାକିରି ସ୍ଥାୟୀ ହୋଇଥିଲା । ସୋମବାର ଅପରାହ୍ନ ସୁଦ୍ଧା ବିରଞ୍ଚିଙ୍କ ବିଭିନ୍ନ ଆକାଉଣ୍ଟରେ ୯୬,୯୦,୧୯୩ ଟଙ୍କା ଥିବା ବେଳେ ବିଭିନ୍ନ କମ୍ପାନୀର ବୀମା ବାବଦକୁ ପ୍ରାୟ ୧୩ ଲକ୍ଷ ଟଙ୍କା ଦେଇଥିବାର ଜଣାପଡିଛି । ତାଙ୍କର ୨ ଟି କୋଠା, ଗୋଟିଏ କାର, ୫ ଟି ବାଇକ୍ ଏବଂ ୨୬୧ ଗ୍ରାମ ସୁନା ଗହଣା ମଧ୍ୟ ରହିଛି । ଭିଜିଲାନସ ଦ୍ୱାରା ଅଧିକ ଅନୁସନ୍ଧାନ ଜାରି ରହିଛି ।

