ଭୋଟର ଙ୍କ ସହିତ ହିସାବ ସାରିଛି : ଭୋଟ ପୂର୍ବ ଦିନ ହେବ ଖେଳ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍କକ ର ଦୁଲଣାପୁର ଗ୍ରା.ପ.ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତିନିଦଳର ସମର୍ଥିତ ପ୍ରାର୍ଥୀମାନେ ନିଜ ନିଜ ଢଙ୍ଗରେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ୨୯୦୦ ଭୋଟରକୁ ନେଇ ୧୭ ୱାର୍ଡ ବିଶିଷ୍ଟ ଦୁଲଣାପୁର ଗ୍ରା.ପ.ରେ ଅରପୁର, ଦୁଲଣାପୁର ଗ୍ରାମ ସହିତ ଉପର ହାମିରା, ତଳ ହାମିରା ଓ ବାରବାଟି ଇନ୍ଦିରା ଆବାସ ପଡା ମାନ ଅନ୍ତର୍ଗତ ଅଟନ୍ତି । ଏଥର ସରପଞ୍ଚ ଓ ସମିତ ସଭ୍ୟ ପଦଟି ଯଥାକ୍ରମେ ହରିଜନ ମହିଳା ଓ ପୁରୁଷ ହୋଇଛି । ସରପଞ୍ଚ ପଦବୀ ପାଇଁ ଗୀତାଞ୍ଜଳୀ ନାୟକ , ନିରୁପମା ନାୟକ ଏବଂ ସବିତା ସାହୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ସମିତିସଭ୍ୟ ପାର୍ଥି ଭାବେ ଶାସକ ବିଜେଡି ଦଳ ର ଟାଣୁଆ ନେତା ପ୍ରଣବ କିଶୋର ପଟେଲ, ଅରପୁର ଗ୍ରାମର ପିତନ କୁମାର ନାଏକ ଓ ବୈରାମ ନାଏକଙ୍କୁ ନିର୍ବାଚନ ରଣାଙ୍ଗାନରେ ରେ ଦଣ୍ତାୟମାନ କରାଯାଇଛି । ପୂର୍ବତନ ସରପଞ୍ଚ ସୁନିଲ କୁମାର ସାହୁ ମନରେଗା ଦୁର୍ନିତିରେ ସଂପୃକ୍ତି ଥିବାରୁ ଦଳ ତାଙ୍କୁ ଭୋଟଭିକ୍ଷା କାର୍ଯ୍ୟକ୍ରମରେ ସାମିଲ କରୁନି । ସାଧାରଣ ଜନତା ବିବାଦୀୟ ସରପଞ୍ଚକୁ ରାସ୍ତାଘାଟାର ନିର୍ବାଚନ ରାଲିରେ ଗାଳି କରୁଥିବାର ଦେଖାଯାଉଛି । ଦଳର ଭାବମୂର୍ତ୍ତିକୁ ସଜାଡିବା ସହିତ ପଞ୍ଚାୟତ ରୁ ଏଥର ଜଣେ ଭଲ ଟାଣୁଆ ଦକ୍ଷ ପ୍ରତିନିଧିଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କରିବାର ଲକ୍ଷରେ ତିନି ଥରର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କିଶୋର ପଟେଲଙ୍କୁ ଏଠାରେ ସମିତିସଭ୍ୟ ପାର୍ଥି କରାଯାଇଛି । ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ ଦଳ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ପ୍ରତିଦିନ ଜୋରଦାର ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦ୍ୱୟ ନିର୍ବାଚନ ପ୍ରଚାରର ବହୁପଛରେ ପଡିଥିବାର ମନେହୁଏ । ତଥାପି ରାତିଅଧିଆ ଭୋଜିଭାତ ଓ ଟଙ୍କା ଦେବାନେବାର ଭିତିରି କାମ ସବୁ ଦଳ ତରଫରୁ ଚାଲିଛି । କଂଗ୍ରେସ ହାତରେ ବହୁ ଦଳିତ ପକେଟ୍ ଭୋଟ ଥିବାରୁ ଦଳ ମଧ୍ୟ ଗତଥର ପରି ସମିତିସଭ୍ୟ ଓ ସରପଞ୍ଚ ପଦ ହାତେଇବାର ଆଶା ରଖିଛି । ବିଜେପିର ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ ନଥିବା , ପୁରୁଣା କର୍ମୀଙ୍କୁ ନ ଖୋଜିବା ସହିତ ନେତୃତ୍ୱ ନେଉଥିବା ବାଙ୍କୀ ବିଜେପିର ମୁଖିଆଙ୍କ ଗୋଷ୍ଠୀ କନ୍ଦଳ ଶିକ୍ଷିତ ଭୋଟରଙ୍କ ଉପରେ ପ୍ରଭାବ ପକାଉଛି । ଦୁଲଣାପୁର ଗ୍ରା.ପ.ରେ ପ୍ରତି ୱାର୍ଡରେ ଛଦ୍ମରେ ଲୋକଙ୍କ ମତାମତ ନେବା ବେଳେ ଜଣାପଡିଛି ଯେ, ସରପଞ୍ଚ ଭାବେ ଶିକ୍ଷିତ ପ୍ରାର୍ଥୀ ନିରୁପମା ନାୟକ ଏବଂ କଂଗ୍ରେସର ଗୀତାଞ୍ଜଳୀ ନାଏକଙ୍କୁ ବହୁ ଲୋକ ଚାହୁଁଛନ୍ତି । ସମିତିସଭ୍ୟ ଭାବେ ବିଜେଡିର ପ୍ରଣବ କିଶୋର ପଟେଲ ଙ୍କ ପଲା ବହୁତ ଭାରି ରହିଛି । ତଥାପି ସବୁ ହିସାବ ନିକାଶର ମୋହର ଜନତା ଜନାର୍ଦନ ଚଳିତ ଫେବୃଆରୀ ୨୨ ତାରିଖରେ ଦେଲାପରେ ଜଣାପଡିବ । କାହାକୁ ଲୋକ ଗ୍ରହଣ କରୁଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି !!

Leave a Reply

Your email address will not be published. Required fields are marked *