ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ବ୍ଲକର ୧୭ ଗୋଟି ପଞ୍ଚାୟତରେ ୨୨୫ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ତନ୍ମଧ୍ୟରୁ ପୁରୁଷ ମତଦାତା ୩୩ ହଜାର ୯ ଶହ ୬୩ ଜଣ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ରହିଛି ୩୬ ହଜାର ୫ ଶହ ୮୩୧ । ମୋଟ ମତଦାନ ପ୍ରତିଶତ ୭୩.୩୮ ଥିବା ଜଣାପଡ଼ିଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସପି ସୁରେଶ ଦାସଙ୍କ ତତ୍ୱାବଧାନରେ ୪ ଜଣ ଡ଼ିଏସପି , ୫ ଜଣ ଇନ୍ସପେକ୍ଟର, ୧୭ ଜଣ ଏସଆଇ , ୨୫ ଜଣ ଏଏସଆଇ ଏବଂ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ତେବେ ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ଭୋଟରଙ୍କୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଚିଲିକା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ସରିଲା ମତଦାନ !!!

