ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରୀ ରମେଶ ଚନ୍ଦ୍ର ପାଣି । ଶ୍ରୀ ପାଣି ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ନିକଟରେ ଶ୍ରୀ ପାଣିଙ୍କ ପଦୋନ୍ନତି ହେବାରୁ ସରକାର ତାଙ୍କୁ ବାଣପୁର ଉପ ନିବନ୍ଧକ ଭାବେ ଅବସ୍ଥାପିତ କରିଛନ୍ତି ।
ତେବେ ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ କାର୍ଯ୍ୟାଳୟ ହୋଇଥିବା ବେଳେ ଦୀର୍ଘ ଏକ ବର୍ଷ ହେବ ଏଠାରେ ଉକ୍ତ ପଦବୀ ଖାଲି ପଡିଥିଲା । ଯାହାଫଳରେ ବାଣପୁର ଓ ଚିଲିକା ତହସିଲର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ଉକ୍ତ ପଦବୀରେ ସ୍ଥାୟୀ ନିଯୁକ୍ତି ମିଳିବା ପରେ ହିତାଧିକାରୀ ମାନଙ୍କ ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟ ଗୁଡ଼ିକ ଶୀଘ୍ର ସମାପ୍ତ ହୋଇପାରିବ ବୋଲି ଅଶା କରାଯାଉଛି । ସେହିପରି ଭାବେ ଦୀର୍ଘଦିନରୁ ପଡି ରହିଥିବା ପୁରୁଣା କାର୍ଯ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁରା କରାଯିବ ଏବଂ ଜନସାଧାରଣଙ୍କୁ ତୁରନ୍ତ ସେବା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣି କହିଛନ୍ତି ।
ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଲେ ରମେଶ ଚନ୍ଦ୍ର ପାଣି !!!

