ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ରାୟଗଡାରୁ ଭୁବନେଶ୍ୱର ଆସିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ନିନାଙ୍କ ଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ନିନା ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଥିଲା ଭିଜିଲାନ୍ସ । ନିନା ଙ୍କୁ କବ୍ଜାକୁ ନେବା ପରେ ତାଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢଉ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ନିନା ଅନୁଗୁଳରେ ବି ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ । ଏଠାରେ ବି ସେ ଟଙ୍କା କାରବାର କରୁଥିବା ନେଇ ଅନେକ ଥର ଅଭିଯୋଗ ହୋଇଥିଲା । କିନ୍ତୁ ସବୁ ଥର ସେ ଖସି ଯାଉଥିଲେ । ଅନ୍ୟପଟେ ନିନା ଗିରଫ ହେବା ପରେ ତାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ କ୍ୱାର୍ଟର୍ସକୁ ଭିଜିଲାନ୍ସ ଚଢାଉ କରିବାକୁ ଯାଇଥିବା ବେଳେ ସେ ସହଯୋଗ କରିନଥିବା ଜଣାଯାଇଛି । ଭିଜିଲାନ୍ସ ଟିମ୍ ତାଙ୍କ ମାହଙ୍ଗାସ୍ଥିତ କ୍ୱାର୍ଟରରେ ପହଞ୍ଚିବା ପରେ ଏହା ତାଲା ପଡ଼ିଥିଲା । ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ଉ କରିବାକୁ ଆସୁଥିବାର ସୂଚନା ପାଇ ନିହାର ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ଚାଲି ଯାଇଛନ୍ତି । ତାଙ୍କୁ ବି ତୁରନ୍ତ ଭିଜିଲାନ୍ସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।
ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା !!!

