ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର କୁମାର ବରାଳ : ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ପଞ୍ଚାୟତ ର ଓଗାଳପଡ଼ା ଗ୍ରାମ ର ମା’ ବାସେଳୀ ଦେବୀ ଙ୍କ ଚ଼ଇତି ପର୍ବ ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି । ସୂଚ଼ନା ମୁତାବକ ମା’ ବାସେଳୀ ଦେବୀ ଙ୍କ ଏହି ପର୍ବ ପ୍ରତିବର୍ଷ ଭଳି ଚ଼ଳିତ ବର୍ଷ ଚ଼ୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ବୈଶାଖ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମା’ଙ୍କ ନିକଟରେ ପାଳନ କରାଯାଏ । ଏକ ମାସ ଧରି ମା’ ଓଗାଳପଡ଼ା ଗ୍ରାମ ସହିତ ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥାନ୍ତି । ମା’ ଙ୍କର ମୁଖ୍ୟ ଭୋଗ ହେଉଛି ପଣା ଭୋଗ । ପୂଜକ ଙ୍କ ମତ ଅନୁଯାୟୀ ମା’ ବାସେଳୀ ଦେବୀ ଏକମାସ ଧରି ବିଭିନ୍ନ ଗ୍ରାମ ପରିଭ୍ରମଣ କରି ବୈଶାଖ ମାସ ପୂର୍ଣ୍ଣିମା ଦିନ ମା’ ଙ୍କର ଏହି ପର୍ବ ବହୁ ଆଡ଼ମ୍ବର ରେ ପାଳନ କରାଯାଇଥାଏ ଏବଂ ତା’ପରେ ମା’ ତାଙ୍କ ଆସ୍ଥାନଙ୍କୁ ଫେରି ଯାଆନ୍ତି । ଏହି ପର୍ବରେ ଓଗାଳପଡ଼ା ଗ୍ରାମ ସହ ଆଖ ପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ମା’ଙ୍କର ମୁଖ୍ୟ ପୂଜକ ସନ୍ତୋଷ ବେହେରା, ତୋଫାନ ଦଳେଇ, ଗଙ୍ଗାଧର ବେହେରା, ମନମୋହନ ବେହେରା, କାଶୀନାଥ ସାମଲ ପର୍ବକୁ ପରିଚାଳନା କରିବା ସହ ଗ୍ରାମବାସୀ ସହଯୋଗ କରିଥିଲେ ।
ଓଗାଳପଡ଼ା ଗ୍ରାମରେ ଚ଼ଇତି ପର୍ବ ଧୁମଧାମ ରେ ପାଳିତ !!!

