ଅଘୋଷିତ ବିଦ୍ୟୁତ କାଟରେ ବ୍ୟବସାୟୀ ଅତିଷ୍ଠ : ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଧାରଣା !!!

0
338

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବିଦ୍ୟୁତ ବିଭାଗ ଅଧିନସ୍ଥ ଅସୁରେଶ୍ଵର କେନ୍ଦୁଲ ଠାରେ ୩୩ / ୧୧ କେଭି ସବ୍ ଷ୍ଟେସନ ସମୁଖ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ସରକାର ବିଦ୍ୟୁତ ଯୋଗାଣକାରୀ ସଂସ୍ଥା କୁ ଅଘୋଷିତ ଭାବରେ ବିଦ୍ୟୁତ ନ କାଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅସୁରେଶ୍ଵର ଅଞ୍ଚଳରେ ବାରମ୍ଵାର ଅଘୋଷିତ ବିଦ୍ୟୁତ କାଟ ହେବାର ଲାଗିଛି । ଅସୁରେଶ୍ଵର ବଜାରରେ ଥିବା ସାରଥୀ ଇଂଜିନିୟରିଂ ମାଲିକ ନିଳାଦ୍ରୀ ଭୁଷଣ ମହାନ୍ତି ଅଘୋଷିତ ବିଦ୍ୟୁତ କାଟ ରେ ଅତିଷ୍ଠ ହୋଇ ଅସୁରେଶ୍ଵର ବିଦ୍ୟୁତ ସବ୍ ଷ୍ଟେସନ ଆଗରେ ଧାରଣା ଦେଇଥିଲେ । ବ୍ୟବସାୟୀ ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରତିଷ୍ଠାନ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନିଜ ଘର ସୁନା ଗ୍ରହଣା ବିକ୍ରି କରି ବେତନ ଦେଇ ଦେଇ ଦେବାଳିଆ ହୋଇ ପଡିଲେଣି । ସେମାନେ ଆଠ ଘଣ୍ଟା ପାଇଁ କାମ କରିବାକୁ ଆସୁଥିବାରୁ ଅଘୋଷିତ ବିଦ୍ୟୁତ କାଟ ଘଣ୍ଟା ଘଣ୍ଟା ଧରି ହେବାରୁ ସେମାନେ ଚାରି ଘଣ୍ଟା ରୁ ପାଞ୍ଚଘଣ୍ଟା କାମ କରୁଛନ୍ତି । ଗ୍ରାହକ ମାନେ ଅର୍ଡର ଦେଇଥିବା ସମୟ ମଧ୍ୟରେ କୋୖଣସି କାମ ଦେଇ ପାରୁନଥିବାରୁ ଗ୍ରାହକ ମାନେ କାମ ନେଇ ଅନ୍ୟ ଯାଗାକୁ ଯାଉଛନ୍ତି । ଯାହା ଫଳରେ ସେ ଶ୍ରମିକ ମାନଙ୍କୁ ମଜୁରି ଦେବାକୁ ଅକ୍ଷମ ହୋଇ ପଡିଲେଣି । ସେ ଚିନ୍ତାରେ ମାନଶିକ ସନ୍ତୁଳନ ହରାଇ ବସିବା କାରଣରୁ ସେ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଥିଲେ । ତେବେ ବିଦ୍ୟୁତ ବିଭାଗ ର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ବୁଝାବୁଝି କରିବାରୁ ସେ ଧାରଣ ରୁ ଉଠିଥିଲେ । ଏ ସମ୍ପର୍କରେ ଅସୁରେଶ୍ଵର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଉଠାନଥିଲେ । ସୂଚନା ମୁତାବକ ଅସୁରେଶ୍ଵର ସବ୍ ଷ୍ଟେସନ ଅଧିନରେ କଟିକଟା ଫିଡର ରେ ବାରମ୍ଵାର ବିଦ୍ୟୁତ ଖରାପ ହେଉଥିବା ରୁ ବିଦ୍ୟୁତ କାଟ ହେଉଥିବାର ବିଭାଗର କର୍ମଚାରୀ କହିଛନ୍ତି । ଅସୁରେଶ୍ଵର ରୁ କଟିକଟା ଫିଡର କୁ ସଂଯୋଗ ଦିଆଯାଇଥିବା ବିଦ୍ୟୁତ ମଧ୍ୟରେ ଏକ ସୁଇଜ୍ ଅଛି ଯାହାକି ଦିର୍ଘ ଦିନ ହେବ ଅଚଳ ହୋଇ ପଡ଼ିଛି । ଯାହା ଫଳରେ କଟିକଟା ଫିଡର୍ ରେ ବିଦ୍ୟୁତ କାଟହେଲେ ଅସୁରେଶ୍ଵର ବାସୀ ଅନ୍ଧାର ରେ ରହୁଛନ୍ତି । ତୁରନ୍ତ ଏହି ସୁଇଜ୍ କୁ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ଅସୁରେଶ୍ଵର ଅଞ୍ଚଳ ବାସୀ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here