ଟାଙ୍ଗୀ ( ଆୱାଜ ମିଡ଼ିଆ ) – ଆଲିସା ପଟ୍ଟନାୟକ : ଆଜି ହେଉଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ପ୍ରତ୍ୟକ ବର୍ଷର ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପାଳନ ହୁଏ ଏହି ପବିତ୍ର ରଥଯାତ୍ରା । ପୌରାଣିକ ମତବାଦ ଅନୁଯାୟୀ ପ୍ରଥମେ ଶ୍ରୀ ଜଗନ୍ନାଥ ଶବରାଜ ବିଶ୍ୱାବସୁଙ୍କ ଦ୍ଵାରା ନୀଳଗିରିରେ ରହି ନୀଳମାଧବ ରୂପେ ପୂଜା ପାଉଥିଲେ l ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତି ଙ୍କ ସହାୟତାରେ କୌଶଳ କ୍ରମେ ଶ୍ରୀ ଜଗନ୍ନାଥଙ୍କୁ ଆଣି ପୁରୀର ଶ୍ରୀ ମନ୍ଦିରରେ ସ୍ଥାପନ କଲେ । ବିଶ୍ୱାବସୁ ତାଙ୍କ ତାଙ୍କ ଆରାଧ୍ୟ ଠାକୁର ନୀଳମାଧବଙ୍କ ଦର୍ଶନ ବିନା ଜୀବନ ଧାରଣ କରି ପାରିବେ ନାହିଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପାଖରେ ଗୁହାରି କଲେ । ବିଶ୍ୱାବସୁ ଶବର ଜାତିର ହୋଇଥିବାରୁ ଶ୍ରୀ ମନ୍ଦିର ରେ ତାଙ୍କ ଦର୍ଶନ ସମ୍ଭବ ନୁହେଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ । ଭକ୍ତ ବିଶ୍ୱାବସୁଙ୍କ ହୃଦୟରେ ଆବେଦନ ଶ୍ରୀ ଜଗନ୍ନାଥ ଗ୍ରହଣ କରି ଧର୍ମପ୍ରାଣା ରାଣୀ ଗୁଣ୍ଡିଚା ଙ୍କୁ ସ୍ଵପ୍ନା ଦେଶରେ ରଥଯାତ୍ରା ଉତ୍ସବ ନିମନ୍ତେ ଆଦେଶ ଦେଲେ । ଯାହା ଫଳରେ ବିଶ୍ୱାବସୁ ଙ୍କ ପରି ଶ୍ରଦ୍ଧାଳୁ ଜାତି ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିପାରିବେ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଏହି ଯାତ୍ରା ପ୍ରଚଳନ କରିଥିବା ହେତୁ ତାଙ୍କ ନାମ ଅନୁସାରେ ଏହା ଗୁଣ୍ଡିଚା ଯାତ୍ରା ନାମରେ ଖ୍ୟାତ ହୋଇଅଛି । ସେଦିନ ଠାରୁ ପ୍ରତିବର୍ଷ ବିଶ୍ଵରେ ଏହି ପବିତ୍ର ଦିନକୁ ରଥଯାତ୍ରା , ଘୋଷଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ନାମରେ ପାଳନ କରାଯାଇଥାଏ ।
ପବିତ୍ର ଘୋଷଯାତ୍ରା : ବଡ଼ଦାଣ୍ଡରେ ବିଜେ ବଡ଼ଠାକୁର !!!

