ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସ୍ନାତକୋତ୍ତର ଉଭିଦ ବିଜ୍ଞାନ ବିଭାଗ ମିଳିତ ସହଯୋଗରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏହାକୁ ଉଦଘାଟନ କରି ଗଛ ଲଗାଇବା ଓ ଏହାର ଯତ୍ନ ନେଇ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ବ୍ରତୀ ହେବାପାଇଁ କହିଥିଲେ। ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ଦେବରାଜ ପରିଡା ଔଷଧୀୟ ବୃକ୍ଷ ମାନଙ୍କର ଉପକାରିତା ଓ ପ୍ରାଚୀନ କାଳରେ କିପରି ଏହି ଉଭିଦ ମାନଙ୍କ ଉପରେ ମଣିଷ ନିର୍ଭର କରୁଥିଲେ।ସେ ବିଷୟରେ ଦର୍ଶାଇ ଥିଲେ। ଉଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଅନିରୁଦ୍ଧ ଖିଲାର ବନମହୋତ୍ସବ ବିଶେଷତ୍ବ ବିଷୟରେ ଉଦ୍ ବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଚିନ୍ମୟୀ ସାହୁ, ସବନମ ମହାପାତ୍ର ଙ୍କ ନେତୃତ୍ଵରେ ଶତାଧିକ ଛାତ୍ରଛାତ୍ରୀ ଅନାବନା ଗଛ ସଫା କରିବା ସହ ବିଭିନ୍ନ ଔଷଧୀୟ ବୃକ୍ଷ ଓ ଉପକାରିତା ବୃକ୍ଷ ରୋପଣ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଜୟଦେବ ପାଢୀ ଅତି କରଳ ପାଆନ୍ ଗଛର ଚାରା ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *