ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଏକ ବନ୍ଧନ ଭାଇ ମାନଙ୍କ ସହ ଭଉଣୀ ମାନଙ୍କର . ରାକ୍ଷୀ ପୂର୍ଣ୍ଣିମା ହେଉଛି ଏକ ପ୍ରତିଜ୍ଞା – ଭାଇର ଭଉଣୀ ସହିତ, ସୁରକ୍ଷା ଓ ସ୍ନେହର ଏକ ଭରସା ! ସମାଜର ଏକ ଶ୍ରେଷ୍ଠ ତଥା ପବିତ୍ର ସମ୍ପର୍କ ହେଉଛି ଭାଇ ଓ ଭଉଣୀର ସମ୍ପର୍କ ! ଆଜି ଭଳି ଏକ ପବିତ୍ର ଦିନ ରେ ଏହି ପର୍ବର ମାହାତ୍ମ୍ୟ, ପବିତ୍ରତା ଓ ଆବଶ୍ୟକତାକୁ କୁନି କୁନି ପିଲାଙ୍କ ପାଖରେ ପହଞ୍ଚାଇବାକୁ ଏକ ପ୍ରୟାସ କରିଛି ପୁରୁଣା ଭୁବନେଶ୍ୱର ର ସାମାଜିକ ସଂଗଠନ ପ୍ରଦୀପ ସେବା ଟ୍ରଷ୍ଟ ! ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ କାର୍ଗିଲ ବସ୍ତିର କମ୍ୟୁନିଟି ସେଣ୍ଟର ଠାରେ ପ୍ରଦୀପ ସେବା ଟ୍ରଷ୍ଟ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବସ୍ତିର ଛୋଟ, ଛୋଟ ପିଲା ମାନଙ୍କୁ ଚକଲେଟ, ବିସ୍କୁଟ, ମିଠା ପ୍ରଭୃତି ବଣ୍ଟାଯିବା ସହିତ ମଧ୍ୟାହ୍ନ ସମୟରେ ଖାଦ୍ୟ ପରସା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଆରପୋର୍ଟ ଥାନାର ବିଜୟଲଷ୍ମୀ ବେହେରା, କାର୍ଗିଲ ବସ୍ତିର ସଭାପତି ରବି ନାରାୟଣ ଦାଶ, ସାମ୍ବାଦିକ ଦିଲ୍ଲୀପ କୁମାର ପତି , କଟକ ର ସାମାଜିକ ସଂଗଠନ ଏଇତ ଜୀବନର ପ୍ରିୟବ୍ରତ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରଦୀପ ସେବା ଟ୍ରଷ୍ଟ ର ସମ୍ପାଦିକା ମଧୁସ୍ମିତା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କୁନି କୁନି ପିଲା ମାନେ ନିଜ ପ୍ରତିଭା ଦେଖାଇବା ସହିତ , ରାକ୍ଷୀ ପୂର୍ଣ୍ଣିମା କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପାଳନ କରିଥିଲେ ।
ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କଲେ ପ୍ରଦୀପ ସେବା ଟ୍ରଷ୍ଟର ସଦସ୍ୟ !!!

