କଳାପଥର ଅଞ୍ଚଳର ଛାତ୍ରୀ ସରୋଜିନୀ ସ୍ବାଇଁ ହେଲେ ପ୍ରାଣନାଥ କଲେଜ ର ରାଜନୀତି ବିଜ୍ଞାନ ସ୍ନାତକ ଟପ୍ପର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ପ୍ରାଣନାଥ ସ୍ବଂୟ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ + ୩ କଳାର ୧୯ ଟି ସ୍ନାତକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଙ୍କୀ ବ୍କକ କଳାପଥର ଗ୍ରାପ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ବିଦ୍ୟାଧର ସ୍ବାଇଁ ଏବଂ ସୁକାନ୍ତି ଦେଇଙ୍କ କନ୍ୟା ସରୋଜିନୀ ସ୍ବାଇଁ ଚଳିତ ବର୍ଷର ରାଜନୀତି ବିଜ୍ଞାନ ସମ୍ମାନରେ କଲେଜ ଟପ୍ପର ହୋଇଛନ୍ତି । ଛୁଆଟି ବେଳୁ ଭଲ ପଢିବା ଏବଂ ଅନ୍ୟମାନଙ୍କର ଭଲ ପାଇବାର ଶୁଭେଚ୍ଛା ମିଳିବାର ଗୋଟେ ଭାବନା ତାଙ୍କୁ ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ କରେଇଛି । କିଛିଟା ମାର୍କପାଇଁ ୨୦୧୯ ଶିକ୍ଷାବର୍ଷର କଳାପଥର ମହାବିଦ୍ୟାଳୟରେ +୨ ଟପ୍ପର ହୋଇ ପାରିନଥିଲେ । କିନ୍ତୁ ସେବେଠୁ ମନରେ ଲକ୍ଷ୍ୟ ଥିଲା + ୩ ରେ ସର୍ବୋଚ୍ଚ ନମ୍ବର ରଖିବାର । ତେଣୁ ସେଥିପାଇଁ ପରୀକ୍ଷାଫଳର ପ୍ରକାଶନ ପରେ ସେ ବହୁତ ଖୁସି ଅଛନ୍ତି । ଦିନକୁ ୫ ରୁ ୬ ଘଣ୍ଟା ପଢାରେ ସମୟ ଦିଅନ୍ତି । ଉଭୟ ଅନଲାଇନ୍ ଏବଂ ଅଫଲାଇନ ରେ ପାଠପଢାକୁ ନେଇ ସରୋଜିନୀ କୁହନ୍ତି ଯେ, କଲେଜ ପଢା ପରେ ଜଣେ ଘରେ ମନଦେଇ ନିଷ୍ଠାର ସହ ପଢିବାକୁ ହେବ । ମୋବାଇଲ ର ସକରାତ୍ମକ ଦିଗ ସହିତ ଜଡିତ ରହିବାକୁ ହେବ । ତେବେ ସୁଫଳ ମିଳିପାରିବ ।ଭବିଷ୍ୟତରେ ରାଜନୀତି ବିଜ୍ଞାନ ବିଷୟରେ ପୋଷ୍ଟ୍ ଗ୍ରାଜୁଏଟ୍ କରିବା ସହିତ ଜଣେ ପ୍ରଶାସିକା ହେବାକୁ ସରୋଜିନୀ ସ୍ବାଇଁ ଲକ୍ଷ୍ୟ ରଖିଛନ୍ତି । ପର୍ଶୁରାମପୁର ଗାଁ ‘ର ଝିଅ ସରୋଜିନୀଙ୍କ ସଫଳତାରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *