ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ପାଳନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସେପ୍ଟେମ୍ବର ୧ ତାରିଖରେ ସମଗ୍ର ରାଜ୍ୟରେ ଡ୍ରାଇଭର ଦିବସ ପାଳନ ହେଉଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ତରଫରୁ ପାଳିତ ହୋଇଯାଇଛି ଡ୍ରାଇଭର ଦିବସ ! ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ଦାସ , ସମ୍ମାନୀତ ଅତିଥି ରୂପେ ଜିଲ୍ଲା କମିଟି ସଦସ୍ୟ ଗାଁଗୁଲି ଦା , ରଜତ ସାହୁ ଯୋଗ ଦେଇଥିଲେ ! ଡ୍ରାଇଭର ଦିବସ ପାଳନ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ! ଗାଡି ଚଳାଇବା ସମୟରେ ସିଟ ବେଲ୍ଟ ଲଗାଇବା , ଟ୍ରାଫିକ ନିୟମ ଏବଂ କଟକଣା ପାଳନ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା ! ବିଶେଷ କରି ମଦ୍ୟପାନ କିମ୍ବା ନିଶା ସେବନ କରି ଗାଡି ନଚଳାଇବା ପାଇଁ ସମସ୍ତ ଡ୍ରାଇଭର ଙ୍କୁ ଶପଥ ପାଠ କରାଯାଇଥିଲା !

Leave a Reply

Your email address will not be published. Required fields are marked *