ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ୪୪ ତମ ସମାରୋହ ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ସମାରୋହ ଉତ୍ସବରେ ଅଧ୍ୟକ୍ଷ ଡ଼ଃ ଦିଲିପ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ମହାବିଦ୍ୟାଳୟ ପରିସରରେ ଥିବା ହରେକୃଷ୍ଣ ମହତାବ ଓ ସୁଭଦ୍ରା ମହାତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅଞ୍ଚଳ ର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ୪୪ ବର୍ଷ ତଳେ ଆଜି ର ଦିନରେ ଏହି ସୁଭଦ୍ରା ମହତାବ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ର ମୁଖପତ୍ର ସୁଭଦ୍ରା କୁ ମୁଖ୍ୟ ଅତିଥି ଶୁଭ ଉନ୍ମୋଚନ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ଆୟୋଜିତ ଉତ୍ସବ ରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ ସଭ୍ୟ ଜସ୍ମିତା ସେଠୀ, ଅଧ୍ୟପକ, ଅଧ୍ୟାପିକା, ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ସୁଭଦ୍ରା ମହତାବ ମହାବିଦ୍ୟାଳୟର ୪୪ ତମ ସମାରୋହ ଦିବସ ପାଳିତ !!!

