ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନ ରେ ତୋରସିହ ପଞ୍ଚାୟତ ଭାଟପଡା ଗ୍ରାମ ର କୁମାର ଜଗତ ବଲ୍ଲବ ମହାରଥା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆତ୍ମାର ୨୪ଜଣ ସଭ୍ୟଙ୍କ ମଧ୍ୟରୁ ୨୦ ଜଣ ସଭ୍ୟ ଉପସ୍ଥିତ ଥିବା ବେଳେ , ସମସ୍ତ ସଭ୍ୟ କୁମାର ଜଗତ ବଲ୍ଲବ ମହାରଥାଙ୍କୁ ସମର୍ଥନ କରିଥିଲେ । ଶ୍ରୀ ମହାରଥା ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଆତ୍ମାର ଏହି ନିର୍ବାଚନ ପରିଚାଳନା ରେ ବାଣପୁର କୃଷି ଅଧିକାରୀ ଅଜୟ କୁମାର କର, ମିଶନ ଶକ୍ତି ଅଧିକାରୀ ରଶ୍ମିତା ଇନ୍ଦ୍ରଜୀତ, ପଶୁ ସମ୍ପଦ ଅଧିକାରୀ ଡ଼ଃ ସନ୍ଦୀପ କୁମାର ପଟ୍ଟନାୟକ , ମତ୍ସ୍ୟ ବିଭାଗ ଅଧିକାରୀ ପର୍ଶୁରାମ ଶବର ଓ ଉଦ୍ୟାନ ବିଭାଗ ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଏନେଇ କୁମାର ଜଗତ ବଲ୍ଲବ ମହାରଥା ସମସ୍ତ ସଭ୍ଯ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କୁ କୃଷକ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆଉ ଗୋଟିଏ ସୁଯୋଗ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଦେଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସରିଲା ବାଣପୁର ଆତ୍ମା ର ଅଧ୍ୟକ୍ଷ ନିର୍ବାଚନ : କୁମାର ସାହେବ ହେଲେ ଅଧ୍ୟକ୍ଷ !!!

