ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପନ୍ଦର ଦିନ ତଳେ ପୁଅ ମୁନା ଗଣେଷ ପୂଜା ପାଇଁ ଗାଁକୁ ଆସିଥିଲା । ସାଙ୍ଗ ସାଥିଙ୍କ ସହିତ ବହୁତ ହସଖୁସି କରି ପୁଣି ଫେରି ଯାଇଥିଲା ନିଜର କର୍ମସ୍ଥଳୀକୁ ! ଗଲାବେଳେ ସମସ୍ତଙ୍କୁ କହିଥିଲା – ମୁଁ ଦଶହରା ଛୁଟିରେ ଗାଁକୁ ଫେରିବି ।ଅକ୍ଟୋବର ୪ ରେ ଜନ୍ମଦିନ ମହା ଆଡମ୍ବରରେ ପାଳନ କରିବି । ସୁନ୍ଦର ଚେହେରା ଥିବା ପରିବାରର ରୋଜଗାରିଆ ପୁଅ ଏଇ ମୁନା , ସବୁବେଳେ ବିନ୍ଦାସ ରେ ରହିବାକୁ ପସନ୍ଦ କରୁଥିଲା । ସିଏ ଅନ୍ୟ ମୁହଁରେ ସଦାସର୍ବଦା ହସ ଫୁଟାଉଥିଲା । ସଂଯତ ଶବ୍ଦ ଏବଂ ଅମାୟୀକ ବ୍ୟବହାର ପଣରେ ପ୍ରତ୍ୟକଟି ପ୍ରାଣକୁ ନିଜର କରିପାରୁଥିବା ବ୍ୟକ୍ତି , ପାର୍ବଣ ପୂର୍ବରୁ ଶବ ହୋଇ ଫେରିଥିଲା ସେପ୍ଟମ୍ବର ୨୦ ତାରିଖ ଦିନ ନିଜ ଗାଁ ଖୋର୍ଦ୍ଧାର ମୁକ୍ତାପୁର ଗ୍ରାମକୁ । ସମସ୍ତଙ୍କ ଆଖିରେ ଲୁହ । ଅଜିତ ମହାପାତ୍ରଙ୍କର ମୃତ୍ୟ ଏବେ ସନ୍ଦେହ ଘେରରେ । ଘରେ ଚୁଲି ଜଳୁନାହିଁ , ବଡ ଭଉଣୀ ମାଆ ବାପା ଏବଂ ସାନଭାଇ ଆଖିରୁ ଲୁହ ଶୁଖୁନାହିଁ ।ମୁକ୍ତାପୁର ବାସୀ ଛୁଆଠାରୁ ଆରମ୍ଭ କରି ବୁଢାବୁଢୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସମସ୍ତଙ୍କ ପ୍ରିୟ ଅଜିତ ମହାପାତ୍ର (ମୁନା) ଇହଜଗତରେ ନାହିଁ ବୋଲି, କେହିବି ବିଶ୍ବାସ କରି ପାରୁନାହାନ୍ତି । ସେହି ଶ୍ରଦ୍ଧା ଏବଂ ଭଲପାଇବାର ନିଦର୍ଶନ ଦେବାକୁ ଗତକାଲି ମୁକ୍ତାପୁର ଗ୍ରାମରେ ଶହ ଶହ ସଂଖ୍ୟାରେ ଗାଁ ଦାଣ୍ତରେ ମହମବତୀ ଧରି ଶ୍ରଦ୍ଧାଂଜଳି ସଭାରେ ଗ୍ରାମ୍ୟ ଭ୍ରମଣ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି , ସମସ୍ତଙ୍କ ମୁଁହରେ ଗୋଟିଏ କଥା – ପ୍ରକୃତ ଦୋଷୀ ଧରାପଡୁ ଏବଂ ଅଜିତ ମହାପାତ୍ରଙ୍କୁ ନ୍ୟାୟ ମିଳୁ ।
ପ୍ରକୃତ ଦୋଷୀ ଧରାପଡୁ ଏବଂ ଅଜିତ ମହାପାତ୍ରଙ୍କୁ ନ୍ୟାୟ ମିଳୁ !!!

