ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗାଁ ‘ କୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ । ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କର ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଭଲ ରାସ୍ତା ନ ଥିବାରୁ ଆଶା ଦିଦି ଗ୍ରାମବସୀଙ୍କ ସହାୟତାରେ ମହିଳାଙ୍କୁ ପିଲିକା ଗାଁରୁ ପୁଇପାଣି ଚକ ଯାଏଁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୋହି ନେବା ପରେ ସେଠାରୁ ଏକ ଗାଡି ଭଡା କରି ବିରିକୋଟ ମେଡ଼ିକାଲ ଭର୍ତ୍ତି କରିଥିଲେ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ବେଳେ ବର୍ତ୍ତମାନ ମାଆ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।