ବାଲୁଗାଁରେ ସରିଲା ବିନ୍ଧ୍ୟବାସିନୀ ଦେବୀ ଦୁର୍ଗାଙ୍କ ଶାରଦୀୟ ପୂଜା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଉତ୍ତର ଦିଗରେ ପ୍ରବେଶ ପଥ ପାର୍ଶ୍ଵ ଠାରେ ଅବସ୍ଥିତ ଐତିହାସିକ ମାମୁଁ ଭଣଜା ପାହାଡ ପାଦ ଦେଶରେ ପୂଜା ପାଉଛନ୍ତି ସୁନ୍ଦରଗଡ଼ ରାଣୀ ଚନ୍ଦ୍ରମୁଖୀଙ୍କ ଦ୍ଵାରା ପ୍ରତିଷ୍ଠିତ ବିନ୍ଧ୍ୟ ବାସିନୀ ଦେବୀ ଦୁର୍ଗା । ଏଠାରେ ମହା ସପ୍ତମୀ ତିଥି ଠାରୁ ଶାରଦୀୟ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ନବମୀରେ ମା ‘ଙ୍କ ର ପୂଜା ସମାରୋହରେ ପାଳିତ ହୋଇଥିଲା । ପୂଜକ ପ୍ରକାଶ ସାମନ୍ତରାୟ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଉକ୍ତ ପାହାଡ ପାଦ ଦେଶରେ ଅବସ୍ଥିତ ଶିରିଡ଼ି ସାଇ ମନ୍ଦିରରେ ମହା ସମାରୋହରେ ଚାରିଦିନ ବ୍ୟାପି ପବିତ୍ର ବିଜୟା ଦଶମୀ ପାଳିତ ହେଇ ଯାଇଛି । ପ୍ରତ୍ୟହ ପୂଜା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଙ୍କ ରଚିତ ଭାଗବତ ପଠନ , ସ୍ୱଚ୍ଛ ଭାରତ ଅଭିଯାନ ର ସଚେତନା କାର୍ଯ୍ୟକ୍ରମ ମନ୍ଦିର ଓ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ ଓ ମାନସିକଧାରୀ ଙ୍କ କଳସ ସ୍ଥାପନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସପ୍ତମୀ ଠାରୁ ବିଜୟା ଦଶମୀ ପ୍ରତ୍ୟେହ ନାମଯଜ୍ଞ, ଘୃତଯଞ ଓ ଦେବଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ପ୍ରସାଦ ସେବନ ଓ ନାରାୟଣ ସେବା ବ୍ୟବସ୍ଥା କରାଯାଇଥିଲା । ସଂସ୍ଥାନରେ ମୁଖ୍ୟ ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *