ହାତୀବାରି ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର ଆହତ ! ସୂଚନା ଅନୁସାରେ ଦିବା 12 ଘଟିକା ସମୟରେ ଗ୍ରାମର ଅମ୍ବୁଜ ମହାନ୍ତିଙ୍କ ସ୍ତ୍ରୀ ସେବତୀ ମହାନ୍ତି ଘରେ ରୋଷେଇ କରିବାକୁ ଯାଉଥିବା ସମୟରେ ଘର ମଧ୍ୟରେ ଗ୍ୟାସ ଟାଙ୍କି ଲିକେଜ୍ ହୋଇ ଗ୍ୟାସ ବାହାରି ଯାଇଥିବା ବେଳେ ସେବତୀ ମହାନ୍ତି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରିବା ସମୟରେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା ! ଟାଙ୍କି ଫାଟିବା କାରଣରୁ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଅଗ୍ନିକାଣ୍ଡ ପ୍ରଭାବାରେ ସେବତୀ ମହାନ୍ତି ଗୁରୁତର ଆହତ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ସେବତୀ ମହାନ୍ତିଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଛି ! ଦମକଳ କର୍ମଚାରୀ ଓ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଘରେ ଲାଗିଥିବା ନିଆଁ କୁ ଆୟତ କରାଯାଇଥିବା ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *