ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପାଗଳ ମାଙ୍କଡ଼ କାମୁଡାରେ ୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ! ଆହତ ବ୍ୟକ୍ତି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଗତ କିଛିମାସ ପୂର୍ବରୁ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଥିଲା । ବନ ବିଭାଗ ପକ୍ଷରୁ ନନ୍ଦନକାନନ ରୁ ଏକ ଟିମ୍ ଆସି ପାଗଳ ମାଙ୍କଡ଼କୁ କାବୁ କରିଥିଲା । ଏହି ଘଟଣା ପୂନର୍ବାର ଟାଙ୍ଗୀ ଅଞ୍ଚଳରେ ଦେଖିବାକୁ ମିଳିଛି । ପାଗଳ ମାଙ୍କଡକୁ ନେଇ ଭୟଭୀତ ଲୋକେ । ତେବେ ଏହି ପାଗଳ ମାଙ୍କଡ଼ ଟାଙ୍ଗୀ ଗ୍ରାମର ୫ ଜଣଙ୍କୁ କାମୁଡି ଥିବାବେଳେ ଆଜି ସନ୍ଧ୍ୟା ସମୟରେ ନିଜ ଦୋକାନରେ ବସିଥିବା ଟାଙ୍ଗୀ ଗଉଡ଼ ସାହିର ରଙ୍କନାଥ ସେଠୀ (୫୮) ଙ୍କୁ ବେଳେ ପାଗଳ ମାଙ୍କଡ଼ ଆସି କାମୁଡିଦେଇ ପଳେଇ ଯାଇଥିବା ବେଳେ ଏବେ ସେ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି ।
ଟାଙ୍ଗୀ ଅଞ୍ଚଳରେ ପାଗଳ ମାଙ୍କଡ଼ ଆତଙ୍କ : ପାଞ୍ଚଜଣ ଆହତ !!!

