ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ରୁ ତାଳଚେର କୁ କୋଇଲା ଆଣିବା ଯାଉଥିଲା ରେଳ ଡବା । ନାଲକୋ କୋଇଲା ବୋଝେଇ ରେଳ ଡବା ଭିତରୁ କୋଇଲା ସାମ୍ପୁଲିଙ୍ଗ ଆଣିଥିବା ସମୟରେ ରେଳ ଡବା ଭିତରେ ରହିଗଲେ ନାଲକୋ QCI ଅଧୀନରେ କାର୍ଯ୍ୟ କରୁଥିବା ଚନ୍ଦ୍ରମଣି ବେହେରା (୫୫) । ରେଳ ଟି ନାଲକୋ ରୁ ତାଳଚେର କୁ ଗତ ରାତ୍ର ୨ ଘଟିକା ସମୟରେ କୋଇଲା ପାଇଁ ବାହାରିଥିଲା । ରେଳ ଟି ପ୍ରାୟ ୨ କିଲୋମିଟର ଯିବା ପରେ ଏହା ଦେଖିବା ପରେ କର୍ଣ୍ଣପୁର ଠାରେ ସ୍ଥାନୀୟ ବାସୀ ରେଳ କୁ ଅଟକାଇ ଡବା ଭିତରୁ ଠିକା ଶ୍ରମିକ ଙ୍କୁ ବାହାର କରିଥିଲେ । ଏକ ବଡ ଅଘଟଣ ରୁ ବର୍ତ୍ତୀ ଗଲେ ନାଲକୋ ଠିକା ଶ୍ରମିକ । ସୁରକ୍ଷା କର୍ମୀ ଙ୍କ ସୁରକ୍ଷା ଢ଼ିଲା ପାଇଁ ଗ୍ରାମବାସୀ ମାନେ ନିନ୍ଦା ପ୍ରକାଶ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତିରେ ନାଲକୋ CRS ର ଅଧିକାରୀ ଙ୍କ ସହିତ ଆଲୋଚନା ପରେ ସମାଧାନ ହୋଇ ରେଳ କୁ ଛଡା ଯିବା ସହ ପୁନର୍ବାର ଏହି ଭଳି ନହେବା ପାଇଁ ତାଗିଦ୍ କରିବା ସହ ଦୋଷୀ ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ ।
ରେଳ ଡବା ଭିତରୁ କୋଇଲା ସାମ୍ପୁଲିଙ୍ଗ ଆଣିବା ସମୟରେ ଡବା ଭିତରେ ରହିଗଲେ ଶ୍ରମିକ : ଉଦ୍ଧାର କଲେ ଗ୍ରାମବାସୀ !!!

