ବାଣପୁର ଅଚ୍ୟୁତରାଜପୁର ଛକ ଠାରେ ପାରମ୍ପରିକ ବାଦିପାଲା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ଏକ ନମ୍ବର ୱାର୍ଡ ଅଚ୍ୟୁତରାଜପୁର ଛକ ଠାରେ ପାରମ୍ପାରିକ ବାଦିପାଲା ଗତ ରବିବାର ଠାରୁ ଆରମ୍ଭ ହୋଇଛି । ଏହି ବାଦିପାଲା କାର୍ଯ୍ୟକ୍ରମ ପାଞ୍ଚଦିନ ଧରି ଗୁରୁବାର ପର୍ଯ୍ୟନ୍ତ ଚାଲିବ । ଓଡିଶାର ଦୁଇ ସୁନାମଧନ୍ୟ ଗାୟକ ଏଥିରେ ଭାଗ ନେଇଛନ୍ତି । ଏହି ଗାୟକ ଦ୍ବୟ ହେଲେ କଟକ ବଡମ୍ବାର ଗାୟକ ଯୁବ ସମ୍ରାଟ ନୃସିଂହ ଚରଣ ହୋତା ଓ ଖୋର୍ଦ୍ଧାର ବରିଷ୍ଠ ସୁନାମଧନ୍ୟ ଗାୟକ ଶିଶିର ପାଢି ! ବାଦିପାଲା ଦରବାରରେ ରାମାୟଣ, ଗୀତା ଭାଗବତ, ବୈଦେହିସ ବିଳାସ ଆଦି ବିଷୟ ବସ୍ତୁକୁ ନେଇ ଆଲୋଚନା କରିଥିଲେ । ଏହି ବାଦିପାଲା ଦେଖିବା ପାଇଁ ସ୍ଥାନିୟ ବାଣପୁର ବିଜ୍ଞାପିତ ଅଞ୍ଚଳ ସମେତ କୁମାରାଙ୍ଗ, ଗାଲୁଆ, ନନ୍ଦପୁର, ତୁମୁରାପୁଟ, ଭବାନୀପୁର,ଭେଟେଶ୍ବର ଆଦି ପଞ୍ଚାୟତ ଅଞ୍ଚଳରୁ ଶହଶହ ଲୋକଙ୍କ ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *