ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ କରଡଗାଡ଼ିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ବିକ୍ରମ ସିଂ ମହାନ୍ତି ଓରଫ ବବୁଲ (୨୫) ଓପିଟିସିଏଲ କାର୍ଯ୍ୟାଳୟର ଯନ୍ତ୍ରୀଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ I ଶନିବାର ଦିନ ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀ ନିକଟରେ କାର୍ଯ୍ୟରତ ଅବସ୍ଥାରେ ବିଦ୍ୟୁତ ଆଘାତରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ଗ୍ରାମବାସୀ ମାନେ ପ୍ରଥମେ ମୃତ ଶରୀରକୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତର ଖାନାରେ ବ୍ୟବଚ୍ଛେଦ କରିବା ପରେ ଶବକୁ ଓପିଟିସିଏଲ କାର୍ଯ୍ୟାଳୟ ସମୁଖରେ ରଖି ପରିବାର ର ଜଣକୁ ସ୍ଥାୟୀ ନିଯୁକ୍ତି ସହିତ ନଗଦ ପଚାଶ ଲକ୍ଷ ଟଙ୍କା ଦାବୀ କରିଥିଲେ I ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ଅଧିକାରୀ ବିଦିତା ନାୟକ, ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ଓମ ପ୍ରକାଶ ପାତ୍ର, ଓପିଟିସିଏଲର ଏସଡିଓ ପ୍ରମୁଖ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା । ତେବେ ବେଗୁନିଆ ତହସିଲଦାର ପୃଥ୍ଵୀରାଜ ମଣ୍ଡଳ ଘଟଣା ସ୍ଥଳରେ ପହଁଚି ଛ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ସହ ଭାଇକୁ ସ୍ଥାୟୀ ଚାକିରୀ ଓ ବାପାଙ୍କୁ ଭରଣ ପୋଷଣ ନିମନ୍ତେ ମାସକୁ ୮ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଓପିଟିସିଏଲ ଡ୍ରାଇଭରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ : କ୍ଷତି ପୂରଣ ଦାବୀରେ କାର୍ଯ୍ୟାଳୟ ସମୁଖରେ ଧାରଣା !!!

