ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ୱର ଜାତୀୟ ରାଜପଥ କଉଡ଼ି ଖୁଣି ଛକ ନିକଟରେ ଗତ ୧୬ ତାରିଖ ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋହନ ପଲେଇ ଙ୍କ ଅକାଳ ମୃତ୍ୟୁ ହୋଇଥିଲା l ଚିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରଘୁନାଥ ସାହୁ ରବିବାର ଦିନ ମୃତ ମୋହନ ପଲେଇଙ୍କ ପରିବାର କୁ ଭେଟି ଦୁଃଖ ପ୍ରକାଶ କରିବା ସହିତ କିଛି ଆର୍ଥିକ ସହାୟତା କରିଛନ୍ତି ! ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରି ସୁବିଧା ଅସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ l
ମୃତ ମୋହନ ପଲେଇଙ୍କ ପରିବାର କୁ ସମବେଦନା ଜଣାଇଲେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ !!!

