କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ନିଆଳି ଅଞ୍ଚଳର ବିକାଶ ହେବ କିପରି ? ସରକାରଙ୍କୁ ସିଧାସଳଖ ପ୍ରଶ୍ନ କଲେ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ! ନିଆଳି ଅଞ୍ଚଳର ବହୁ ପ୍ରତୀକ୍ଷିତ ତଥା ଜରୁରୀ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଞ୍ଚଳର ବିକାଶ ପାଇଁ ସରକାରଙ୍କୁ ସିଧାସଳଖ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । ଫୁଲନଖରା ଠାରୁ ଚାରିଛକ ପର୍ଯ୍ୟନ୍ତ ଥିବା ୬୦ ନମ୍ବର ଜାତୀୟ ରାଜପଥକୁ କେବେ ୪-ଲେନ୍ (4-Lane) ବିଶିଷ୍ଟ କରାଯିବ କେବେ ? ବର୍ତ୍ତମାନ ଏହି ରାସ୍ତାରେ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ଦୁର୍ଘଟଣା ମଧ୍ୟ ନିୟମିତ ଘଟୁଛି, ତେଣୁ ଏହାର ତୁରନ୍ତ ସମ୍ପ୍ରସାରଣ ଆବଶ୍ୟକ । ପନିମାଳ ଛକରେ ନିର୍ମାଣାଧୀନ ମାଧବ ମନ୍ଦିର ଗେଟ୍ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ? କାମ ବିଳମ୍ବ ହେଉଥିବାରୁ ସାଧାରଣ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାଚୀ ନଦୀର ଖୋଳେଇ ଏବଂ ସଫେଇ କାର୍ଯ୍ୟ କେବେ ଆରମ୍ଭ ହେବ ? ଚାଷୀଙ୍କ ଜଳସେଚନ ସୁବିଧା ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହା ଏବେ ସମୟର ଦାବି । ଅଞ୍ଚଳର ସ୍ୱାର୍ଥରେ ସରକାର ଏବଂ ସମ୍ପୃକ୍ତ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଏହାର ଉତ୍ତର ରଖିବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ସରକାରଙ୍କୁ ସିଧାସଳଖ ପ୍ରଶ୍ନ କଲେ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ !!!

