ନୟାଗଡ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ କମିଟି ସଭାପତି ତଥା ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଆରକ୍ଷୀ ଅଧ୍ୟକ୍ଷକ ଅଲେଖ ପହି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟସୂଚୀ ପାଠ କରିବା ସହ ପ୍ରତ୍ୟେକ ବିଷୟ ଆଲୋଚନାକୁ ଆଣିଥିଲେ । ଚଳିତ ବର୍ଷ ଡିସେମ୍ବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପିଟିଏସ ପଡ଼ିଆରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଟ୍ରାଫିକ ସମସ୍ୟା ଏବଂ ସ୍ଥାନର ଅଭାବ କାରଣରୁ ମହୋତ୍ସବକୁ ପିଟିଏସ ପଡ଼ିଆରେ କରିବା ପାଇଁ କୁହାଯାଇଥିଲା । ପିଟିଏସ ପଡ଼ିଆରେ ୧୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ନିର୍ମାଣ ସହ ମହୋତ୍ସବ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଚଳିତ ବର୍ଷ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ବ୍ଲକରୁ ସାଂସ୍କୃତିକ ପ୍ରଜ୍ଞାପନ ମେଢ଼ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରାରେ ମହୋତ୍ସବ ପଡ଼ିଆ ଆସିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମସ୍ତ ବ୍ଲକ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ସମାଧାନ ଦାୟିତ୍ବ ପ୍ରଦାନ କରଯାଇଛି ! ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ସାଂସ୍କୃତିକ ଦଳ ଚୟନ ପାଇଁ କମିଟି ଗଠନ କରାଯାଇଛି । ନୟାଗଡ଼ ମହୋତ୍ସବ ମୁଖପତ୍ର “ଆରଣ୍ୟକ” ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି ।

 

Leave a Reply

Your email address will not be published. Required fields are marked *