ସାହାରା ମାଗୁଛି ଅସହାୟ ପିଙ୍କି !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ସ୍ତ୍ରୀ ର ମାନ୍ୟତା ପାଇଁ ସ୍ଵାମୀ ଘର ଆଗରେ ଧାରଣା ରେ ବସିଲେ ଜଣେ ମହିଳା l ତାଙ୍କ କହିବା କଥା, ସେ ଜଣେ ନିମ୍ନ ଜାତିର ମହିଳା ବୋଲି ତାଙ୍କ ସ୍ଵାମୀ ଅଶୋକ କୁମାର ଦାସ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉଁଆଡେ ଚାଲି ଯାଇଛନ୍ତି l ଭଲ ପାଇ 7 ବର୍ଷ ତଳେ ବୈଦିକ ରୀତି ନୀତି ଅନୁଯାୟୀ ନୟାଗଡ ସ୍ଥିତ ତାରିଣୀ ମନ୍ଦିରରେ ସେ ତାଙ୍କୁ ବିବାହ କରିଥିଲେ l ଅଶୋକ ଜଣେ ବ୍ରାହ୍ମଣ ଜାତିର ଏବଂ ପିଙ୍କି ବେହେରା ଜଣେ ନିମ୍ନ ଜାତି ଝିଅ ହୋଇଥିବାରୁ ଉଭୟ ଘରେ ନରହି, ଭୁବନେଶ୍ୱରରେ ଏକ ଭଡ଼ା ଘରେ ରହୁଥିଲେ ! କିନ୍ତୁ କୌଣସି କାରଣରୁ ଅଶୋକ ଜୁନ ମାସ 13 ତାରିଖରୁ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି l ପୀଡ଼ିତା ଜଣଙ୍କ ପ୍ରଥମେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇନଥିଲେ l ପୀଡ଼ିତା ଦୀର୍ଘ 5 ମାସ ଅପେକ୍ଷା କରିବାପରେ, ନିରାଶ ହୋଇ ପୋଲିସ ପ୍ରଶାସନ ଉପରୁ ଭରଷା ତୁଟେଇ ଦେଇ ନିଜର ହକ ପାଇଁ ସ୍ଵାମୀ ଘର ଆଗରେ ଧାରଣାରେ ବସିଲେ l ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କ ଘର ଅନୁଗୋଳ ଏବଂ ସେ 7 ବର୍ଷ ହେଲା ସ୍ଵାମୀଙ୍କ ପାଖରେ ରହୁଥିଲେ l 7 ବର୍ଷ ମଧ୍ୟରେ ସେ 4 ଥର ଅନ୍ତଃସତ୍ତ୍ୱା ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ବାରମ୍ବାର ଗର୍ଭ ନଷ୍ଟ କରୁଥିଲେ l ଯଦି ପୀଡ଼ିତା ଜଣଙ୍କ ନ୍ୟାୟ ନ ପାଆନ୍ତି ତେବେ ସେ ସ୍ଵାମୀ ଘର ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି l ଏଥିପାଇଁ ତାଙ୍କ ସ୍ୱାମୀ ଏବଂ ସ୍ୱାମୀଙ୍କ ପରିବାର ଲୋକ ଦାୟୀ ରହିବେ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି l

Leave a Reply

Your email address will not be published. Required fields are marked *