ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ବାଲୁଗାଁ ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ବାଣପୁର ବ୍ଲକ ବିଜୁ ଜନତା ଦଳ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ପୂର୍ବତନ ବିଧାୟକ । ଏହି କର୍ମୀ ସମ୍ମିଳନୀ ରେ ପୁରୁଖା ବିଜୁ ଜନତା ଦଳର ଛାମୁଆ ନେତା , ଚିଲିକା ବାଲୁଗାଁ ବାଣପୁର ଅଞ୍ଚଳର ନେତା ଓ କର୍ମୀଙ୍କର ବିପୁଳ ସାମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଏହି ସମ୍ମିଳନୀ ରେ ପୂର୍ବତନ ଚିଲିକା ବିଧାୟକ ଦଳୀୟ ବିଶୃଙ୍ଖଳାର ସମସ୍ତ ଗୋହି ଖୋଳିବା ଆରମ୍ଭ କରିଥିଲେ, ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇଥିଲେ କିନ୍ତୁ ଦଳର ନେତା ଓ ସାଂସଦ ଙ୍କ କାର୍ଯ୍ୟ କଳାପ କୁ ପଦାରେ ପକାଇଥିଲେ ରଘୁନାଥ ସାହୁ l ଏଠି ପ୍ରଶ୍ନ ଉଠୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କେତେ ଫାଳ ? କିନ୍ତୁ ରଘୁନାଥ ସାହୁ ନିଜେ ବିଜେଡି କୁ ଭଲ ପାଉଛନ୍ତି ଓ ପାଉଥିବେ ବୋଲି କହି ତାଙ୍କୁ ଆଉ ଥରେ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ ! ଆଜିର କର୍ମୀ ସମ୍ମିଳନୀରେ ବାଣପୁର ବ୍ଲକ ଓ ଚିଲିକା ବ୍ଲକର କିଛି ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କଳାପ କୁ ଦେଖି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।
ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ରଣ ହୁଙ୍କାର !!!

