ବନ୍ଧମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ବନ୍ଧମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ l ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧିନସ୍ଥ ବନ୍ଧମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ବାର୍ଷିକ ଉତ୍ସବ କୁ ନିଆରା ଢଙ୍ଗ ରେ ପାଳନ କରାଯାଇଛି l ସକାଳୁ ସକାଳୁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନୂଆ ଡ୍ରେସ ପିନ୍ଧି ସ୍କୁଲ ପରିସର କୁ ଆସି ଦେବି ସରସ୍ବତୀଙ୍କୁ ପୂଜା କରିଥିଲେ ! ବିଦ୍ୟାଳୟ ତରଫରୁ ହୋଇଥିବା ଭୋଜି ଖାଇବା ସହିତ ଆରମ୍ଭ ହୋଇଥିଲା ନାଚ ଗୀତ କବିତା ପାଠ ଏବଂ ଏକକ ଅଭିନୟ ର କାର୍ଯ୍ୟକ୍ରମ ! ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ଦୀପ ସାହୁ ଏବଂ ସହ ଶିକ୍ଷକ ହରିପଦ କାମିଲା, ହରିଶ୍ଚନ୍ଦ୍ର ଗିରି, ସନ୍ତୋଷ ଜେନା, ରାମଚନ୍ଦ୍ର କିସ୍କୁ, ଶିକ୍ଷୟତ୍ରୀ ବାସନ୍ତୀ ଲତା ବେହେରା ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଏବିଇଓ ବିଜୟ କୁମାର ବାରିକ , ଗୋଡ଼ିଘାଟି ପଞ୍ଚାୟତ ର ସମିତି ସଭ୍ୟ ଗଙ୍ଗାଧର ଘୋଡେଇ , ଏସଏମସି ସଭାପତି କୋମଳ ଲୋଚନ ବେହେରା ଯୋଗ ଦେବା ସହିତ ସାମ୍ବାଦିକ ଉତ୍କଳ କେଶରୀ ପାଳ ଯୋଗ ଦେଇଥିଲେ ! ବିଭିନ୍ନ ଖେଳ ଓ ନୃତ୍ୟ ରେ କୃତକାର୍ଯ୍ୟ ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ମାନପତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା । ରାସଗୋବିନ୍ଦପୁର ପ୍ରେସ କ୍ଲବ ତରଫରୁ ରୁ ବିଦ୍ୟ ବିନୋଦିନୀ କାମିଲା, ଉର୍ମି ରଣା, ଲକ୍ଷ୍ମୀପ୍ରିୟା ବେହେରା , ସାଇସୃତି କାମିଲା , ଜିଏମ ଜ୍ୟୋତି ସନମ ବେହେରା, ଲକ୍ଷ୍ମୀପ୍ରିୟା ଦତ୍ତ ଙ୍କୁ ଭଲ ନୃତ୍ୟ ପରିବେଷଣ ପାଇଁ ସାମ୍ବାଦିକ ଉତ୍କଳ କେଶରୀ ପାଳ ଉପହାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *