ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୧୬ ଫୁଟ ର ଅହିରାଜ ସାପ କୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛଡ଼ାଗଲା ! ଯାଜପୁର ଜିଲ୍ଲା ସୁକ୍ରଙ୍ଗି ଗ୍ରାମରୁ ବିରଳ ପ୍ରଜାତିର ୧୬ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଥିଲା ! ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ର ଏବଂ ବନ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ ମହାଗିରି ପର୍ବତ ଘଞ୍ଚଜଙ୍ଗଲରେ ଛଡାଗଲା ଅହିରାଜ !

ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାଂସୋଳ ଫରେଷ୍ଟ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ନିକଟରେ ଥିବା କାଠ ଗଦା ମଧ୍ୟରୁ ଏହି ଅହିରାଜ ସାପ ଉଦ୍ଧାର ହୋଇଥିଲା ! କାଠ ଗଦା ଭିତରେ ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କୁ ଖବର ଦେବା ପରେ , ମିହିର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁରକ୍ଷିତ ଅବସ୍ଥାରେ ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ । ତେବେ ସାପଟିକୁ ଉଦ୍ଧାର କରିବା ସମୟରେ ଅହିରାଜ ହିଂସ୍ର ହୋଇ ଉଠିଥିଲା , ସେଥିପାଇଁ ଅହିରାଜ ସାପ ଟିକୁ ଧରିବା ପାଇଁ ମିହିରଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଅହିରାଜକୁ ଉଦ୍ଧାର କରିବା ପରେ ମିହିର ସୁକିନ୍ଦା ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି ବନ ବିଭାଗ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ୍ ବେହୁରା ଓ ରମାକାନ୍ତ ସାହୁଙ୍କ ମିଳିତ ଉଦ୍ୟମରେ ଜନ ବସତି ଠାରୁ ବହୁ ଦୂର ସୁକିନ୍ଦା ସ୍ଥିତ ମହାଗିରି ଝରଣା ପାଖ ଘଞ୍ଚ ଜଙ୍ଗଲ ମଧ୍ୟରେ ଅହିରାଜକୁ ଛାଡିଥିଲେ ।

