ପୋଖରୀଗାଁ ରେ ବେଶ୍ ଆଡମ୍ୱର୍ ସହ ପାଳିତ ହୋଇଅଛି ଶ୍ରୀ ଶ୍ରୀ ଶନିଶ୍ଚର ଦେବ ମହାଯଜ୍ଞ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ରେ ଚଳିତ ବର୍ଷ ବେଶ୍ ଆଡମ୍ୱର ସହ ପାଳିତ ହୋଇଯାଇଅଛି ଶ୍ରୀ ଶ୍ରୀ ଶନିଶ୍ଚର ଦେବ ମହାଯଜ୍ଞ ! ଶ୍ରୀ ଶ୍ରୀ ଶନିଶ୍ଚର ଦେବ ଓ ମା ଅମ୍ବିକା ଙ୍କ ପୀଠ ପଥରତଡା ଠାରେ ତଳିତ ବର୍ଷ ୧୨ ତମ ଯଜ୍ଞ ଉତ୍ସବ ଆୟୋଜିତ ହୋଇଥିବା ବେଳେ ୩ ଧରି ଚାଲିଥିବା ଯଜ୍ଞ ସମ୍ପୂର୍ଣ ହେବା ସହ ସନ୍ଧ୍ୟା ରେ ଭଜନ କୀର୍ତ୍ତନ ଆଦି ସାଙ୍ଗକୁ ପ୍ରାୟ ୨ ହଜାର ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ! ଏହି ଅବସରରେ ଯୁବ ଶନିଶ୍ଚର ସଂଗଠନ ଏହାର ସମସ୍ତ ଶ୍ରେୟ ପୋଖରୀଗାଁ ଗ୍ରାମ ପଞ୍ଚାୟତ ବାସୀ ଙ୍କୁ ଦେଇଥିବା ବେଳେ ସଂଗଠନର ପୂଜକ ପବିତ୍ର ଦାଶ , ସଦସ୍ୟ ଗୌତମ ମହାରଣା, ପ୍ରମୋଦ ସ୍ଵାଇଁ, ରଞ୍ଜନ ନାୟକ , ଶ୍ରଧେୟ ବସ୍ତିଆ, କଳ୍ପତରୁ ଦାଶ, ରଵିଦ୍ର ସ୍ଵାଇଁ, ମଧୁସୂଦନ ବସ୍ତିଆ, ଅଭିଜିତ ମହାରଣା ସମେତ ପୋଖରୀଗାଁ ୟୁଥ୍ ଜେନେରେସନ ର ଆଦେଶ ବସ୍ତିଆ, ଚିନ୍ମୟ ବସ୍ତିଆ ଙ୍କ ସମେତ ମଙ୍ଗୁ, ରାଜା, ମୁନା, ସିଲୁ, ଆକାଶ ସମେତ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି !

 

Leave a Reply

Your email address will not be published. Required fields are marked *